କନକ ବ୍ୟୁରୋ : ବରଗଡ ଚାଷୀ ମୃତ୍ୟୁ ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ଦାବି କଲା ବିଜେପି । ଚାଷୀ ହାଡୁ ବଗର୍ତିଙ୍କ ମୃତ୍ୟୁରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ମୃତ ଚାଷୀ ହାଡୁ ବଗର୍ତିଙ୍କ ଚାଷ ପାଇଁ ବିଜୁଳି ଯୋଗାଇ ଦିଆଯାଇନଥିଲା । ଏପରିକି ସରକାର ଚାଷୀଙ୍କ ବଂଚିବାର ଅଧିକାର ଛଡାଇ ନେଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାର ଗୃହରେ ୧୭୪ଚାଷୀ ଆତ୍ମହତ୍ୟା କରିଥିବା କହିଥିବାବେଳେ ସମସ୍ତ ଆତ୍ମହତ୍ୟାର ନ୍ୟାୟିକ ତଦନ୍ତ ପରିସରଭୁକ୍ତ ବୋଲି କହିଛି ବିଜେପି । ତେଲେଙ୍ଗେନା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଚାଷୀଙ୍କୁ କ୍ଷତିପୂରଣ ମିଳୁଥିବାବେଳେ ଓଡ଼ିଶାରେ ମିଳୁନି ବୋଲି କହିଛନ୍ତି ।