ଦବଙ୍ଗ ଗର୍ଲଙ୍କଠାରୁ ବି ବଳି ଗଲେ ସନ୍ନି ଲିଓନି ! ଜାଣନ୍ତୁ କାହିଁକି . . .

60

କିଛି ଦିନ ହେଲା ସନ୍ନି ଲିଓନିଙ୍କ ନଖରା ସୋନାକ୍ଷୀ ସିହ୍ନାଙ୍କଠାରୁ ମଧ୍ୟ ବଳି ପଡିଛି । ଆଉ ଯାହାର ଶିକାର ହୋଇଛନ୍ତି ଖୋଦ୍ ଦବଙ୍ଗ ଗର୍ଲ ସୋନାକ୍ଷୀ । ଏକଥାଟା ଆପଣଙ୍କୁ ହୁଏତ ଟିକେ ଅଡୁଆ ଲାଗୁଥିବ ମାତ୍ର ଏହା ବାସ୍ତବରେ ସତ୍ୟ ଅଟେ । ଆଜ୍ଞା ହଁ ! ନିକଟରେ ସନ୍ନୀଙ୍କୁ ଭେଟିବା ପାଇଁ ସୋନାକ୍ଷୀଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା ସେ ପୁଣି ବାଦଲ ଫଟା ବର୍ଷାରେ ।

ସୂଚନା ମୁତାବକ, ସୋନାକ୍ଷୀ ନିଜର ଆଗାମୀ ସିନେମା ‘ନୂର’ରେ ଜଣେ ସାମ୍ବାଦିକାର ଭୂମିକାରେ ନଜର ଆସିଛନ୍ତି । ତେବେ ଏହି ସିନେମାର ଏକ ପାର୍ଟରେ ସୋନାକ୍ଷୀଙ୍କୁ ସନ୍ନି ଲିଓନିଙ୍କର ଏକ ଇଂଟରଭ୍ୟୁ ନେବାକୁ ତାଙ୍କ ସୁଟିଂ ସେଟକୁ ଯିବାକୁ ପଡିଥାଏ । ଆଉ ଏହି ସମୟରେ ବାହାରେ ପ୍ରବଳ ବର୍ଷା ମଧ୍ୟ ହେଉଥାଏ କିନ୍ତୁ ସନ୍ନି ତାଙ୍କୁ ଦେଖା ନକରି ଅପେକ୍ଷା କରିବାକୁ କହିଥିଲେ । ଯେଉଁଥି ପାଇଁ ସେ ଦୀର୍ଘ ସମୟ ଧରି ବର୍ଷାରେ ଭିଜି ଭିଜି ସନ୍ନିଙ୍କର ଅପେକ୍ଷା କରିଥିଲେ ।

ତେବେ କାହାଣୀଟି ଯାହା ବି ହେଉ ନା କାହିଁକି । ସୋନାକ୍ଷୀଙ୍କୁ ନିଜର ସମସ୍ତ ସିନେମା ମଧ୍ୟରୁ ଏହି ଚରିତ୍ରଟି ଖୁବ୍ ପସନ୍ଦ ହୋଇଛି । ଆଉ ସେଥିପାଇଁ ତ ସେ ଏବେ ଚାରିଆଡେ କହି ବୁଲୁଛନ୍ତି କି ସେ ଜଣେ ସାମ୍ବାଦିକା ହେବାକୁ ଇଚ୍ଛା ରଖିଛନ୍ତି ବୋଲି ।