ପାଟକୁରା ନିର୍ବାଚନକୁ ସ୍ୱଚ୍ଛ ଓ ଭୟମୁକ୍ତ କରିବାକୁ ଡିଜି ଓ ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ: ସମ୍ବେଦନଶୀଳ ବୁଥରେ ୱେବକାଷ୍ଟିଙ୍ଗ କରିବା ସହ ସିସିଟିଭି ଲଗାଇବାକୁ ଦାବି

ବିଜେଡିର ଅଭିଯୋଗ: ବୁଥ କ୍ୟାପଚରିଂ ସହ ରିିଗିଂ କରିପାରେ ବିଜେପି

145

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ଏକ ପ୍ରତିନିଧି ଦଳ । ଆସନ୍ତାକାଲି ହେବାକୁ ଯାଉଥିବା ପାଟକୁରା ନିର୍ବାଚନକୁ ସ୍ୱଚ୍ଛ ଓ ଭୟମୁକ୍ତ କରିବାକୁ ସମ୍ବେଦନଶୀଳ ବୁଥରେ ୱେବକାଷ୍ଟିଙ୍ଗ କରିବା ସହ ସିସିଟିଭି ଲଗାଇବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ବିରୋଧୀ ଦଳ ବିଶେଷ କରି ବିଜେପି ବୁଥ କ୍ୟାପଚରିଙ୍ଗ କରିବା ସହ ରିିଗିଙ୍ଗ୍ କରି ଭୋଟରଙ୍କୁ ଭୟଭୀତ କରିବାର ଆଶଙ୍କା ଥିବାରୁ ନିର୍ବାଚନ ପୂର୍ବରୁ ପୋଲିସ୍ ଫ୍ଲାଗମାର୍ଚ କରିବାକୁ ଦାବି ଜଣାଇଛି ବିଜେଡି ପ୍ରତିନିଧି ଦଳ ।

ସେହିପରି ନିର୍ବାଚନ ଦିନ ସମ୍ବେଦନଶୀଳ ବୁଥ୍ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଦାବି କରିଛନ୍ତି । ନିର୍ବାଚନମଣ୍ଡଳୀର ୭୫ଟି ସମ୍ବେଦନଶୀଳ ବୁଥର ଏକ ତାଲିକା ସିଇଓଙ୍କୁ ପ୍ରଦାନ କରିଛି ବିଜେଡି । ସେହିପରି ପୋଲିସ୍ ଡିଜିଙ୍କୁ ମଧ୍ୟ ଭେଟି ନିର୍ବାଚନକୁ ସ୍ୱଛ ଓ ଭୟମୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି ବିଜେଡି ସଦସ୍ୟ ।

ତେବେ ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥରେ ମତଦାନ ହେବ । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏଥିରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭ ମତଦାତା । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪କମ୍ପାନୀ ସିଏପିଏଫ ମୁତୟନ କରାଯିବା ସହ ୩୧ଟି ବୁଥରେ ୱେବ୍ କାଷ୍ଟିଂ , ୪୦ଟି ସ୍ଥାନରେ ସିସିଟିଭି, ୫୨ଜଣ ମାଇକ୍ରୋ ଅବଜରଭର, ୧୫ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି । ମତାଦାତାଙ୍କ ସୁବିଧା ପାଇଁ ସମସ୍ତ ୩୦୯ଟି ଯାକ ବୁଥରେ ପିଇବା ପାଣି, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ବିଶ୍ରାମସ୍ଥଳୀର ବ୍ୟବସ୍ଥା କରାଯାଇଛି ।