ଜନନୀ ଯନ୍ତ୍ରଣା : ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଭାରରେ ବୁହାହେଲେ ଗର୍ଭବତୀ

73

କନକ ବ୍ୟୁରୋ : ପୁଣି ଭାରରେ ବୁହାହେଲେ ଗର୍ଭବତୀ । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୬ କିମି ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିନେଲେ ପରିବାର ଲୋକ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ମାଥିଲି ବ୍ଲକ୍ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତରେ ଜଣେ ଗର୍ଭବତୀଙ୍କୁ ପ୍ରାୟ ପାଞ୍ଚ ଛଅ କିଲୋମିଟର ବାଟ ଭାରରେ ବୋହି ଆମ୍ବୁଲାନ୍ସକୁ ନେବା ପରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି । ରାସ୍ତା ଖରାପ ଯୋଗୁଁ ଗର୍ଭବତୀ ସୁରିଆ ପାଙ୍ଗିଙ୍କ ଗାଁ ବେଙ୍ଗପାଣିକୁ ଆମ୍ବୁଲାନ୍ସ ଯାଇ ନ ପାରି ରସ୍ତାର ମୁଖ୍ୟ ଛକ ଠାରେ ଅଟକି ରହିଥିଲା । ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ସୁରିଆଙ୍କୁ ଭାରରେ ବେଙ୍ଗପାଣିରୁ ବାଡ଼ନିଗୁଡ଼ାଯାଏଁ ପ୍ରାୟ ଛଅ କିଲୋମିଟର ବାଟ ବୋହି ଛକରେ ଅପେକ୍ଷାରତ ଆମ୍ବୁଲାନ୍ସକୁ ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି।