ନଡାରୁ ଉତ୍ପାଦିତ ହେବ ଜୈବ ଇନ୍ଧନ ! ଓୟୁଏଟି ଓ ବିପିସିଏଲ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

23

କନକ ବ୍ୟୁରୋ: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ – ଓୟୁଏଟି ଜୈବ ଇନ୍ଧନ ଉପରେ କରିବ ଅଧିକ ଗବେଷଣା । ଏନେଇ ଆଜି ଓୟୁଏଟି ଓ ଭାରତ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍- ବିପିସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜୈବ ଇନ୍ଧନକୁ ପ୍ରୋତ୍ସାହନ କରିବା ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନଡାରୁ କିପରି ଇନ୍ଧନ ପ୍ରସ୍ତୁତ ହୋଇପାରିବ ସେନେଇ ଗବେଷଣା କରିବ ଓୟୁଏଟି । ଏନେଇ ୫ କୋଟି ଟଙ୍କା ସହାୟତା ଦେବ ବିପିସିଏଲ ।

ରାଜ୍ୟରେ ପ୍ରଚୁର ପରିମାଣର ନଡା ଉତ୍ପାଦନ ହେଉଥିବା ବେଳେ ଏହାର ସୁବିନିଯୋଗ ଏବଂ ଚାଷୀଙ୍କ ରୋଜଗାର ବୃଦ୍ଧି ଦୃଷ୍ଟିରୁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ । ସେହିପରି ଏନେଇ ବରଗଡ ଠାରେ ବିପିସିଏଲ ସାଢେ ୭ କୋଟି ଟଙ୍କା ବ୍ୟୟରେ ଏକ କାରଖାନା ମଧ୍ୟ ପ୍ରତିଷ୍ଠା ହେଉଛି ବୋଲି ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେବଳ ଧାନର ସର୍ବନିମ୍ନ ସହାୟକ ବୃଦ୍ଧି ଚାଷୀର ଆର୍ଥିକ ମାନଦଣ୍ଡକୁ ବଢାଇବ ନାହିଁ, କୃଷିସଂପର୍କୀତ ଅଧିକ ରୋଜଗାର ବାଟ ଖୋଲିବା ଜରୁରୀ ବୋଲି ସେ କହିଛନ୍ତି ।