ରେଳବିଭାଗର ନୂଆ ଅଫର ! ଆଇଆରସିଟିସି ଆକାଉଣ୍ଟରେ ଆଧାରକାର୍ଡ ଲିଙ୍କ କରନ୍ତୁ, ମାଗଣା ଯାତ୍ରା ସହ ୧୦ ହଜାର ଟଙ୍କା ଜିତିବାର ଲାଭ ଉଠାନ୍ତୁ

37

ଏବେ ପ୍ରତି କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡୁଛି । ଏପରିକି ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ମଧ୍ୟ ଆଧାରକାର୍ଡ ସହ ଲିଙ୍କ କରିବାକୁ ସରକାରଙ୍କ ପକ୍ଷରୁ ଡେଡଲାଇନ ଦିଆଯାଇଛି । ତେବେ ଏସବୁ ଭିତରେ ରେଳବିଭାଗ ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ନୂଆ ଅଫର ଘୋଷଣା କରିଛନ୍ତି । ରେଳ ବିଭାଗର ଆଇଆରସିଟିସି ଆକାଉଣ୍ଟ ସହ ଆଧାରକାର୍ଡ ଲିଙ୍କ କରିବା ଦ୍ୱାରା ଏଣିକି ରେଳରେ ମାଗଣା ଯାତ୍ରା କରିବା ସହ ୧୦ ହଜାର ଟଙ୍କା ଜିତିବାର ସୁଯୋଗ ଆଣିଛି ରେଳ ବିଭାଗ ।

indian-railwayଭାରତୀୟ ରେଳ ବିଭାଗ ଏଥିପାଇଁ ଲକି ଡ୍ର ସ୍କିମ ନାଁରେ ଯାତ୍ରୀଙ୍କ ପାଇଁ ଏକ ନୂଆ ଅଫର ଘୋଷଣା କରିଛନ୍ତି । ଯାହାଦ୍ୱାରା ରେଳ ଯାତ୍ରୀଙ୍କୁ ଆଇଆରସିଟିସି ଆକାଉଣ୍ଟରେ ଆଧାର ନମ୍ବର ଲିଙ୍କ କରିବାକୁ ପଡିବ । ଲିଙ୍କ କରିବା ପରେ ଟିକେଟ ବୁକ୍ କଲେ ୧୦ ହଜାର ଟଙ୍କା ଓ ମାଗଣା ରେଳଯାତ୍ରା କରିବାର ସୁଯୋଗ ପାଇପାରିବେ । ଏହି ସ୍କିମରେ ସାମିଲ ହେବା ପାଇଁ ଅଧିକ କିଛି କରିବାକୁ ପଡିବ ନାହିଁ । କେବଳ ଆଧାର କାର୍ଡ ନମ୍ବର ସହ ଆଇଆରସିଟିସି ଆକାଉଣ୍ଟକୁ ଲିଙ୍କ କରିବାକୁ ପଡିବ । ଲିଙ୍କ କରିବାର ୬ ମାସ ପର୍ଯ୍ୟନ୍ତ ଟିକେଟ ବୁକ କରିଲେ ଏହା ଆପଣାଛାଏଁ ଏହି ସ୍କିମରେ ସାମିଲ ହୋଇଯିବ ।

ତେବେ ସ୍କିମ ଅନୁଯାୟୀ ପ୍ରତିମାସରେ ୫ ଜଣ ବିଜେତାଙ୍କୁ ଚୟନ କରାଯିବ । ପ୍ରତି ବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ବାବଦରେ ମିଳିବ । ଏହାଛଡା ଟିକେଟ ବୁକ୍ କରିବା ପାଇଁ ବିଜେତା ଯାତ୍ରୀ ଯେତିକି ଟଙ୍କା ଖର୍ଚ୍ଚ କରିଥିବେ ତାହା ମଧ୍ୟ ଫେରସ୍ତ କରାଯିବ ।ତେବେ ଯାତ୍ରୀଙ୍କୁ ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ । ଆଇଆରସିଟିସି ଆକାଉଣ୍ଟରେ ଯେଉଁ ନାମ ଥିବ ସେହି ନାଁରେ ଟିକେଟ ହୋଇଥିଲେ ହିଁ ଆପଣ ଏହି ସ୍କ୍ରିମରେ ସାମିଲ ହୋଇପାରିବେ ।

irctcଆଇଆରସିଟିସି ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ କରିବା ପରେ ଟିକେଟ ବୁକ୍ କରିବା ପରେ ଆପଣଙ୍କ ପିଏନଆର ନମ୍ବର ଆପଣାଛାଏଁ ଏହି ସ୍କିମରେ ସାମିଲ ହୋଇଯିବ । ଏହାପରେ କମ୍ପ୍ୟୁଟର ସାହାଯ୍ୟରେ ପ୍ରତିମାସ ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ବଛାଯିବ । ତେବେ ଟିକେଟ ବୁକ୍ କରିବାର ଗୋଟିଏ ମାସ ପରେ ହିଁ ଜଣା ପଡିବ ଆପଣ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି କି ନାହିଁ । ଭାଗ୍ୟଶାଳୀ ବିଜେତାଙ୍କ ନାମ ଆଇଆରସିଟିସିି ସାଇଟରେ ଉପଲବ୍ଧ ହେବା ସହ ବିଜେତା ହୋଇଥିବା ଯାତ୍ରୀଙ୍କୁ ରେଜିଷ୍ଟର ଆଇଡି ମାଧ୍ୟମରେ ସୂଚନା ଦିଆଯିବ ।

ଏହି ସ୍କିମ ଡିସେମ୍ବର ମାସରୁ ଆରମ୍ଭ ହୋଇଛି ଓ ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହା ଚାଲିବ । ଆଇଆରସିଟିସି ଆକାଉଣ୍ଟରେ ଆଧାର ଲିଙ୍କ କରିବା ଦ୍ୱାରା ଏହି ସ୍କିମର ଫାଇଦା ପାଇବା ସହ ଅନ୍ୟ ଏକ ଫାଇଦା ମଧ୍ୟ ଯାତ୍ରୀ ପାଇପାରିବେ । ଆଧାର ଲିଙ୍କ କରିବା ଦ୍ୱାରା ପ୍ରତି ମାସରେ ଅନଲାଇନରେ ୧୨ଟି ଟିକେଟ ବୁକ କରାଯାଇପାରିବ । କିନ୍ତୁ ବିନା ଆଧାରକାର୍ଡ ଲିଙ୍କରେ ପ୍ରତି ମାସ ମାତ୍ର ୬ଟି ଟିକେଟ ବୁକ୍ କରିପାରିବେ ଯାତ୍ରୀ । ତେବେ ଏହି ସ୍କିମ ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆଇଆରସିଟିସି ସାଇଟ କ୍ଲିକ କରି ଏହାର ନିୟମାବଳୀ ବିଷୟରେ ଜାଣନ୍ତୁ ।