ସିଆରପିଏଫ ଯବାନଙ୍କଠାରୁ ଲୁଟ : ଲୋକଙ୍କ ହାତରେ ଧରାପଡିଲା ଚୋର

17

vlcsnap-2016-09-23-16h51m48s995ମୟୂରଭଞ୍ଜ : ମୟୂରଭଞ୍ଜର ରାଇରଙ୍ଗପୁର ସନ୍ନିକଟ ଉପରବେଡା ଅଂଚଳରେ ଜଣେ ସିଆରପିଏଫ୍ ଜବାନଙ୍କଠାରୁ ଲୁଟ୍ । ଯବାନ ଦୁଧାଲ ସୋରେନଙ୍କ ଠାରୁ ତିନିଜଣ ଝାଡଖଣ୍ଡୀ ଲୁଟେରା ବାଇକ୍ ଓ ଟଙ୍କା ଲୁଟିନେଇଛନ୍ତି । ଲୁଟ୍ ବାଇକ୍ ନେଇ ଦୁଇ ଲୁଟେରା ଫେରାର ହୋଇଯାଇଥିବା ବେଳେ ଜାମସେଦପୁରର ଜଣେ ଲୁଟେରା ରୋଶନ ହେମ୍ବ୍ରମ (୧୮) ଜାମଦା ଥାନା ଅଂଚଳର ଲୋକଙ୍କ ହାତରେ ଧରା ପଡିଯାଇଥିଲା ।

ପୋଲିସ ତା ନିକଟରୁ ଗୋଟେ ଜୀବନ୍ତ ଗୁଳି ସହ ଦେଶୀ ବନ୍ଧୁକ ଓ ଲୁଟ୍ ୧୧ ହଜାର ଟଙ୍କା ଜବତ କରିଛି । ଲୁଟେରା ରୋଶନକୁ ଆହତ ଅବସ୍ଥାରେ ପ୍ରଥମେ ଜାମଦା ଡାକ୍ତରଖାନା ଏବଂ ଏବେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅନ୍ୟ ଦୁଇ ଫେରାର ଲୁଟେରାଙ୍କୁ ଧରିବା ଓ ଲୁଟ୍ ବାଇକକୁ ଉଦ୍ଧାର କରିବାପାଇଁ ପୋଲିସର ମିଳିତ ଅଭିଯାନ ଜାରୀ ରହିଥିବାର ଏସଡିପିଓ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –