ଆରଏସଏସ ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ବେଲ୍

34

କନକ ବ୍ୟୁରୋ : ଆରଏସଏସ ମାନହାନି ମାମଲାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମିଳିଳା ଜାମିନ । ମୁମ୍ବାଇର ବିୱଣ୍ଡୀ କୋର୍ଟ ରାହୁଲଙ୍କ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପରବର୍ତୀ ଶୁଣାଣୀ ହେବ ଜାନୁଆରୀ ୨୮ରେ । ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଅଯାଇଛି । ଆଜି ଶତାଧିକ କଂଗ୍ରେସ କର୍ମୀଙ୍କ ଗହଣରେ କୋର୍ଟରେ ହାଜର ହୋଇଥିଲେ ରାହୁଲ । ଜାମିନ ମିଳିବା ପରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

୨୦୧୪ରେ ମୁମ୍ବାଇରେ ଆୟୋଜିତ ନିର୍ବାଚନୀ ରାଲି ସମୟରେ ଆରଏସସ ଉପରେ ଅଭିଯୋଗ ଆଣିଥିଲେ ରାହୁଲ । ମହାତ୍ମାଗାନ୍ଧୀଙ୍କୁ ଆରଏସଏସ ହତ୍ୟା କରିଛି ବୋଲି ଅଭିଯୋଗ କରିଥିଲେ । କଂଗ୍ରେସ ଉପାଧ୍ୟକ୍ଷଙ୍କ ଏହି ଆପତିଜନକ ଟିପ୍ପଣୀକୁ ବିରୋଧ କରିବା ସହ ସ୍ଥାନୀୟ ଆରଏସଏସ କର୍ମୀ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ।

ତେବେ ଜାମିନ ମିଳିବା ପରେ ଏକ ଜନସଭାରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଉପାଧ୍ୟକ୍ଷ । ସେ କହିଥିଲେ ହଠାତ୍ ନୋଟ୍ ଅଚଳ କରିଦେବା ପରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଲୋକେ ସେମାନଙ୍କ ଜୀବିକା ହରାଇଛନ୍ତି । ଚାଷୀ, ଦିନ ମଜୁରିଆ, ଛୋଟ ଦୋକାନୀ ଭୟରେ ଅଛନ୍ତି, ହେଲେ ମୋଦି ସେମାନଙ୍କ ଲାଗି ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି ରାହୁଲ ।