ଡାକ୍ତର ନାହିଁ ଏବଂ ମେଡିକାଲର ସବୁ ବିଭାଗରେ ଝୁଲୁଛି ତାଲା ! ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଅଚଳାବସ୍ଥା

66

କନକ ବ୍ୟୁରୋ : ଡାକ୍ତର ନାହାନ୍ତି । ମେଡିକାଲର ସବୁ ବିଭାଗରେ ତାଲା ଝୁଲୁଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିିତି ଅବସ୍ଥା । ମେଡିକାଲକୁ ଡାକ୍ତର ନଆସି ସରକାରୀ କ୍ୱାଟରରେ ଦେଖୁଛନ୍ତି ରୋଗୀ । ଫଳରେ ରୋଗୀମାନେ ନିରାଶ ହୋଇ କଟକ କିମ୍ବା ଖୋର୍ଦ୍ଧା ମେଡିକାଲ ଯାଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ନାହିଁ ନାହିଁରେ ଚାଲିଛି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ । ଚିକିତ୍ସାଳୟର ସବୁ ବିଭାଗରେ ତାଲା । ନା ଅଛନ୍ତି ଡାକ୍ତର ନା ମିଳୁଛି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା । ମେଡିକାଲକୁ ଡାକ୍ତର ନଆସି ସରକାରୀ କ୍ୱାଟରରେ ଦେଖୁଛନ୍ତି ରୋଗୀ । ଫଳରେ ରୋଗୀମାନେ ନିରାଶ ହୋଇ କଟକ କିମ୍ବା ଖୋର୍ଦ୍ଧା ମେଡିକାଲ ଯାଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଅବ୍ୟବସ୍ଥା ଘେରରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ । ବିଭିନ୍ନ ସମସ୍ୟା ଦେଇ ଏହି ମେଡିକାଲଟି ଗତି କରୁଥିବା ବେଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲକୁ ଡାକ୍ତର ଆସୁନାହାନ୍ତି । ଅନେକ ସମୟରେ ଡାକ୍ତରମାନେ ଛୁଟିରେ ରହୁଛନ୍ତି, କିନ୍ତୁ ଅର୍ଥ ଲୋଭରେ ସରକାରୀ କ୍ୱାଟରରେ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି । ପ୍ରତି ରେଗୀଙ୍କ ପିଛା ୧୦୦ରୁ ୫୦୦ ଟଙ୍କା ଲେଖାଁଏ ନେଇ ଡାକ୍ତର କ୍ୱାଟରରେ ରୋଗୀ ଦେଖୁଥିବା ବେଳେ ମେଡିକାଲକୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି ।

ବାଙ୍କୀ ଉପଖଣ୍ଡ ଚିକତ୍ସାଳୟରେ ଶିଶୁ ବିଭାଗ ସହ ବିଭିନ୍ନ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅନୁପସ୍ଥିତି ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନମିଳିବାରୁ ରୋଗୀମାନେ ଏହି ମେଡିକାଲକୁ ନଆସି କଟକ କିମ୍ବା ଖୋର୍ଦ୍ଧା ମେଡିକାଲ ଯାଉଛନ୍ତି ।ଯାହାକୁ ନେଇ ରୋଗୀଙ୍କ୍ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ କାମରେ ଖିଲାପ କରୁଥିବା ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଙ୍କୀ ଉପଖଣ୍ଡ ଚିକିତ୍ସାଧିକାରୀ । ଏହି ଚିକିତ୍ସାଳୟ ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଡାକ୍ତର ଖାମଖିଆଲ ମନୋଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।