ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଦରମା ବୃଦ୍ଧିରେ ଅସନ୍ତୋଷ ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାୟ ୧୦ ଲକ୍ଷ କର୍ମଚାରୀ

24

କନକ ବ୍ୟୁରୋ: ଆଜିଠାରୁ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ । ଫଳରେ ସାରା ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ଅଚଳ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଦରମା ବୃଦ୍ଧି ପ୍ରସ୍ତାବରେ ଅସନ୍ତୋଷ ଦର୍ଶାଇବା ସହ ଅନ୍ୟ କେତେକ ଦାବି ନେଇ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟ ଡାକରା ଦେଇଛି । ଏହି ଆନ୍ଦୋଳନରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେଉଥିବା ବେଳେ ବ୍ୟାଙ୍କିଂ ସେବାରେ ଘୋର ଅସୁବିଧା ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସମସ୍ତ ପ୍ରକାର ବ୍ୟାଙ୍କ ଦେଣନେଣ ଓ ଏଟିଏମ ସେବା ଠପ୍ ହେବା ଆଶଙ୍କା ରହିଛି । ଏହି ଆନ୍ଦୋଳନକୁ ବ୍ୟାଙ୍କ କର୍ମଚାରୀଙ୍କ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

କଣ ରହିବ ପ୍ରଭାବ

• ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବା ଫଳରେ ବ୍ୟାଙ୍କିଙ୍ଗ ସେବା ଠପ୍ ହୋଇପାରେ ।

• ଏଟିଏମ ସେବା ବି ପ୍ରଭାବିତ ହୋଇପାରେ ।

• ଇଣ୍ଡିଆନ ବ୍ୟାଙ୍କିଙ୍ଗ ଆସୋସିଏସନ କର୍ମଚାରୀଙ୍କ ଦରମାରେ ୨ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି । ଏହାକୁ କର୍ମଚାରୀ ବିରୋଧ କରୁଛନ୍ତି ।

• ଧର୍ମଘଟରେ ସମସ୍ତ ସରକାରୀ ଓ କିଛି ଘରୋଇ ବ୍ୟାଙ୍କ ସାମିଲ ହେବେ ।

• ବ୍ୟାଙ୍କରେ ଜମାଗ୍ରହଣ , ଋଣ ମଞ୍ଜୁରୀ, ଚେକ କ୍ଲିୟରାନଓ ଭଳି ସେବା ପ୍ରଭାବିତ ହୋଇପାରେ । ମାସ ଶେଷରେ ଏହି ଧର୍ମଘଟ ହେଉଥିବାରୁ ଦରମା ବି ବିଳମ୍ବରେ ଆସିପାରେ ।