ସାରଥୀ ଗଲେ ସୁପ୍ରିମକୋର୍ଟ : ହାଇକୋର୍ଟ ଜାମିନ ନାମଂଜୁର ପରେ ଉଚ୍ଚତମ ନ୍ୟାୟଳୟର ଦ୍ୱାରସ୍ଥ ହେଲେ ଭଣ୍ଡ ବାବା

48

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଗଲେ ସାରଥୀ । ଜେଲର ଚାରିକାନ୍ଥ ଭିତରେ ରହି ଆଇନର ଲଢେଇ ଲଢୁଥିବା ସାରଥୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ସାରଥୀଙ୍କ ଓକିଲ ଏ ନେଇ  ସୂଚନା ଦେଇଛନ୍ତି । ହଜାର ହଜାର ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳି ଦୁର୍ଦ୍ଦଶା ଭୋଗୁଥିବା ସାରଥୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଅନେକ ସଂଗୀନ ଦଫା ଲାଗିଛି ।

ଜଣେ ଯୁବତୀଙ୍କ ସହ ହାଇଦ୍ରାବାଦର ଏକ ହୋଟେଲରେ ସାରଥୀଙ୍କ ରହଣୀକୁ ନେଇ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ହୋଇଥିଲା । ଯୁବତୀଙ୍କ ବୟାନ ଭିତ୍ତିରେ ସାରଥୀଙ୍କ ବିରୋଧରେ ଅନେକ ସଂଗୀନ ଦଫା ଲଗାଯାଇଥିଲା । ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ରାପଡା ବାରିମୂଳ ଆଶ୍ରମରୁ ତାଙ୍କୁ ଗିରଫ କରିଥିଲା ପୋଲିସ । ଡିସେମ୍ବର ୧୭ରେ ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ଆଉ ଏବେ ଜାମିନ ପାଇଁ ସାରଥୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ