ଆଠଗଡରେ ମାତିଲେ ହାତୀ : ଆଜି ପୁଣି ଆଉ ଜଣଙ୍କୁ ଦଳିଦେଲା ଦନ୍ତା

23

ଆଠଗଡ : ଆଠଗଡରେ ମାତିଛି ହାତୀ । ଆଜି ପୁଣି ଆଉ ଜଣଙ୍କୁ ଦଳିଦେଇଛି ଦନ୍ତା ହାତୀ । ଖୁଂଟୁଣି ରେଂଜ ବାଳି ଗାଁର ଗୋପାଳ ସାହୁଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ହାତୀ ଉତ୍ପାତକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବନ ବିଭାଗ ହାତୀ ଘଉଡେଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ମଧ୍ୟ ହାତୀ ଆକ୍ରମଣରେ ଖୁଂଟୁଣି ରେଂଜରେ ଜଣଙ୍କର ମୃତ୍ୟୁ ହୋଇଥିଲା ।