ମନୋଜ ନାୟକଙ୍କ ଜାମିନ ଆବେଦନର ଆଜି ଆସିପାରେ ରାୟ : ଗତକାଲି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ପ୍ରତିଷ୍ଠାତା ମନୋଜ ନାୟକଙ୍କ ଜାମିନ ଆବେଦନର ଆଜି ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି । ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଆଜି କୋର୍ଟ ରାୟ ଶୁଣାଇବା ନେଇ ସମ୍ଭାବନା ରହିଛି । ଗତ ୨୫ ତାରିଖରେ ମନୋଜଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ତେବେ ଖଣ୍ଡଗିରି ଥାନା ପୁଲିସ କୋର୍ଟରେ କେସ୍ ଡାଏରୀ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିପାରିନଥିବାରୁ ଆବେଦନ ଉପରେ ଶୁଣାଣି ହୋଇପାରିନଥଲା ।

ଗତକାଲି କୋର୍ଟ ମନୋଜଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଅନ୍ୟପକ୍ଷରେ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ମନୋଜଙ୍କ ଭଉଣୀ ଆରତୀଙ୍କୁ ପୁଣି ଥରେ ନୋଟିସ କରିଛି ଖଣ୍ଡଗିରି ଥାନା _êଲିସ । ସପ୍ତାହକ ମଧ୍ୟରେ ଦୁହିଁଙ୍କୁ ଖଣ୍ଡଗିରି ଥାନାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ପୂର୍ବରୁ ଉଭୟଙ୍କୁ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା କମିଶନରେଟ୍ ପୁଲିସ ।