ପାକସ୍ତାନକୁ ଭାରତୀୟ ସେନାର କଡା ଜବାବ : ଏଲଓସି ନିକଟବର୍ତି ୪ଟି ପାକ୍ ଆର୍ମି କ୍ୟାମ୍ପ ଧ୍ୱଂସ

46

କନକ ବ୍ୟୁରୋ : ଭାରତୀୟ ସେନାର ପାକିସ୍ତାନକୁ କଡା ଜବାବ । ପାକିସ୍ତାନର ଅସ୍ତ୍ରବିରତି ଉଲଂଘନର ଜବାବ ଦେଇଛି ଭାରତୀୟ ସେନା । ଏଲଓସି ନିକଟସ୍ଥ କେରନ ସେକ୍ଟରରେ ଥିବା ୪ଟି ପାକ୍ ସେନା ଶିବିରକୁ ଧ୍ୱଂସ କରିଦେଇଛନ୍ତି ଭାରତୀୟ ଯବାନ । ଏହି ଆକ୍ରମଣରେ ୨୦ରୁ ଉର୍ଦ୍ଧ ପାକ୍ ସେନା ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ଲଗାତାର ଭାବରେ ସୀମାରେ ଅସ୍ତ୍ର ବିରତି ଉଲଂଘନ କରି ଭାରତୀୟ ସେନା ଶିବିର ଉପରକୁ ଗୁଳି ମାଡ କରୁଛି । ଏହାର ଜବାବରେ ପାକ୍ ସାମରିକ ଶିବିରକୁ ଟାର୍ଗେଟ କରିଥିଲା ଭାରତୀୟ ସେନା  । ଶନିବାର ମଛଲି ସେକ୍ଟରେ ପାକ୍ ପଟରୁ ହୋଇଥିବା ଗୁଳି ମାଡରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ ।

ସେହିପରି ଶୁକ୍ରବାର ଏଲଓସି ନିକଟସ୍ଥ କେରନ ସେକ୍ଟରରେ ଜଣେ ଯବାନଙ୍କୁ ହତ୍ୟା କରିଥିଲେ ପାକ୍ ଆତଙ୍କବାଦୀ । ହତ୍ୟା ପରେ ଯବାନଙ୍କ ମୃତ ଦେହକୁ କ୍ଷତ ବିକ୍ଷତ କରିପକାଇଥିଲେ ଆତଙ୍କବାଦୀ । ସହିଦଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଏହି ବର୍ବରତାର ଦୃଢ଼ ଜବାବ ଦିଆଯିବ । ଅକ୍ଟୋବର ୨୫ରେ ମଧ୍ୟ ଭାରତୀୟ ସେନା ସୀମାରେ ପାକର ୭ଟି ସେନା ଶିବିରକୁ ଧ୍ୱଂସ କରିଥିଲା ।