ନାରୀ ସାଜିଲେ ନାରାୟଣୀ ! ଦୂର କଲେ ଅବଳା ନାରୀର ଧାରଣା, ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ଯୁବକକୁ ଗଳାଚିପି କଲେ ହତ୍ୟା

74

କନକ ବ୍ୟୁରୋ : ଶୁନଶାନ୍ ରାତିର ଘନ ଅନ୍ଧାର । ଘରେ ଏକୁଟିଆ ବିଧବା ମହିଳା । ଆଉ ଏହାର ସୁଯୋଗ ନେଇ, ନିଜର କୁତ୍ସିତ କାମନାକୁ ଚରିତାର୍ଥ କରିବା ପାଇଁ ଝାମ୍ପିପଡିଥିଲା ଅଭିଯୁକ୍ତ । ପାଖ ଗାଁରେ ଯାତ୍ରା ଚାଲିଥାଏ, ପାଖ-ପଡ଼ୋଶୀ ସମସ୍ତେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରେ ଏକୁଟିଆ ଥାନ୍ତି ଆଦିବାସୀ ମହିଳା । ଦୀର୍ଘ ଦିନଧରି ପିଛା କରୁଥିବା ଯୁବକ ଜଣକ, ଏହାକୁ ସୁଯୋଗ ଭାବି ଛପି ଛପି ଘରେ ପଶିଥିଲା । ଠିକ୍ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଉଠି ପଡିଲେ ମହିଳା ଜଣକ । ପ୍ରତିବାଦ କରିବା ବି ଆରମ୍ଭ କରିଦେଲେ, ଆଉ ଯେତେବେଳେ ସୀମା ଟପି ଯାଇଥିଲା । ଆତ୍ମରକ୍ଷା ପାଇଁ ବାଛି ନେଇଥିଲେ ଚରମ ନିଷ୍ପତ୍ତିର ବାଟ । କୌଶଳ କ୍ରମେ ଏକ ଗାମୁଛାରେ ପାଣ୍ଡୁର ତଂଟିକୁ ଚିପି ଦେଇଥିଲେ । ଆଉ ସେଇଠି ହିଁ ଟଳି ପଡ଼ିଥିଲା ବଳାକ୍ରାର ଉଦ୍ୟମ କରୁଥିବା ଅଭିଯୁକ୍ତ ।

ଇଜ୍ଜତ୍ ବଂଚାଇବାକୁ ଯାଇ ମହିଳା ଜଣକ ଅଭିଯୁକ୍ତକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିଲେ । ରାତାରାତି ପହଂଚି ଯାଇଥିଲେ ମହୁଲଡିହା ଥାନାରେ । ଆଉ ମହୁଲଡିଆ ପୁଲିସ୍, ଆନ୍ଦନପୁର ଥାନାକୁ ଖବର ଦେଇ ମହିଳାଙ୍କୁ ଅଟକ ରଖିଥିଲା ।
ଆଇପିସିର ଧାରା ୩୦୨ ଏବଂ ୪୩ ଧାରାରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଆତ୍ମରକ୍ଷା ପାଇଁ କେତେ ବାଟ ଯାଇ ପାରିବେ ଜଣେ ପୀଡ଼ିତା ? ଆତ୍ମରକ୍ଷା ସଂପର୍କରେ କ’ଣ କହୁଛି ଆମର ଆଇନକାନୁନ୍ ?

-ଆଇପିସିର ଧାରା ୧୦୦ କହୁଛି- ଯଦି ଜଣେ ମହିଳାଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ ବେଳେ ଆତ୍ମରକ୍ଷା ପାଇଁ ମହିଳାଙ୍କ ଆକ୍ରମଣରେ ଅଭିଯୁକ୍ତର ମୃତ୍ୟୁ ଘଟେ ତେବେ ତାହା ଦୋଷ ନୁହେଁ ।
– ଆଇପିସିର ୯୬ ଧାରା କହୁଛି- ଆତ୍ମରକ୍ଷା ପାଇଁ ଆକ୍ରମଣ କରିବା ଭୁଲ ନୁହେଁ ।
– ଆଇପିସିର ୯୬ରୁ୧୦୦ ଧାରା ଯାଏଁ ଆତ୍ମରକ୍ଷା ସଂକ୍ରାନ୍ତରେ କ’ଣ ସବୁ ସ୍ପେଶାଲ ଏକଜେମ୍ସନ୍ ରହିଛି ସେନେଇ ଉଲ୍ଲେଖ ରହିଛି ।

ଜଣେ ମହିଳାଙ୍କୁ ଯେତେବେଳେ ଦୁଷ୍କର୍ମର ଉଦ୍ୟମ ହେଉଛି ଏବଂ ଦୁଷ୍କର୍ମ ଉଦ୍ୟମ କରୁଥିବା ଲୋକଙ୍କ ମୃତ୍ୟୁ ହେଉଛି ଠିକ୍ ଏତିକି ବେଳେ ପ୍ରଶ୍ନ ଉଠୁଛି ?
-ମହିଳାଙ୍କ ସ୍ଥାନରେ ଆପଣ ଥିଲେ କ’ଣ କରିଥାନ୍ତେ ?
-ଆତ୍ମରକ୍ଷା ପାଇଁ ହତ୍ୟା କରି ମହିଳା ଜଣକ ଭୁଲ କରିଛନ୍ତି କି ?