ପଶ୍ଚିମବଙ୍ଗର ରସଗୋଲାକୁ ଟକ୍କର ଦେବ ଓଡିଶା ରସଗୋଲ୍ଲା ! ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ ପାଇଁ ହେବ ଆବେଦନ

66

କନକ ବ୍ୟୁରୋ : ରଗଗୋଲା ଲଢ଼େଇରେ, ପଶ୍ଚିମବଙ୍ଗ ବାଜି ମାରିନେବା ପରେ, ବିକଳ୍ପ ପନ୍ଥା ବାହାର କରିଛନ୍ତି ଓଡ଼ିଶା ସରକାର । କେବଳ ବାଙ୍ଗଲାର୍ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ପାଇବା ପରେ ରାଜ୍ୟ ସରକାର, ଓଡ଼ିଶାର ରସଗୋଲାକୁ ଜଗନ୍ନାଥଙ୍କ ନାଁରେ ନାମିତ କରି ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବେ ।

rasagullaବାଙ୍ଗଲାର ରସଗୋଲକୁ ଚ୍ୟାଲେଂଜ୍ କରିବା ସମୟର ଅପଚୟ ହେବ ବୋଲି ବିଚାର କରି ଓଡ଼ିଶା ସରକାର, ଜଗନ୍ନାଥ ରସଗୋଲା ନାଁରେଆଗକୁ ବଢ଼ିବାକୁ ନିଷ୍ପତି ନେଇଛନ୍ତି । ପୂର୍ବ ଚର୍ଚ୍ଚା ଅନୁସାରେ, ପାହାଳ ରସଗୋଲା ନାଁରେ ମଧ୍ୟ ଜିଆଇ ଟ୍ୟାଗ୍ ଆବେଦନ କରିବେ ନାହିଁ କାରଣ, ବର୍ତ୍ତମାନ ସମୟରେ ଏହାର କୌଣସି ଐତିହାସକ ତଥ୍ୟ ମିଳିପାରି ନାହିଁ । ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନାଁରେ ଆବେଦନ କଲେ ଯଥେଷ୍ଟ ଐତିହାସିକ ତଥ୍ୟ ରହିଛି । ସଂପୃକ୍ତ ଆଇନର ଧାରା ୧୧ ଅନୁସାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ, କିମ୍ବା ସେବାୟତ ସଂଘ ଜଗନ୍ନାଥ ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିପାରନ୍ତି । ଏନେଇ ସରକାର ସମସ୍ତ ସହୟତା ଯୋଗଇ ଦେଇଦେବେ ।