ଇମ୍ଫାକୁ ଅନୁକମ୍ପା ଅଭିଯୋଗ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

38

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ । ସାମ୍ବାଦିକ ସମ୍ମିଳନୀ କରି ଯୋଗୀ କହିଛନ୍ତି, ପି.ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ କମ୍ପାନୀକୁ ଅନୁକମ୍ପା ଦେଖାଯାଇଛି ।

୨୦୦୭-୦୮ରେ ବୈଜୟନ୍ତଙ୍କ ପାରିବାରିକ କମ୍ପାନୀ ଇମ୍ପାକୁ ଫରେନ୍ ଇନଭେଷ୍ଟମେଂଟ୍ ପ୍ରମୋସନ୍ ବୋର୍ଡର ମଂଜୁରୀ ବେଳେ ଏହି ଅନିୟମିତତା ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଜିତ୍ ଯୋଗୀ । ଚିଦାମ୍ବରମଙ୍କ ଦ୍ୱାରା ଆଇଏନଏକ୍ସ ମିଡିଆରେ ଏଫାଆଇପିବି ଅନୁମୋଦମର ସଂପର୍କ ନେଇ କେନ୍ଦ୍ର ସରକାର ତଦନ୍ତ କରୁଥିବାବେଳେ ବୈଜୟନ୍ତଙ୍କ ପାରିବାରିକ କମ୍ପାନୀ କ୍ଷେତ୍ରରେ କାହିଁକି ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଇଡିବିଆଇ ବ୍ୟାଙ୍କ ଦ୍ୱାରା ଇମ୍ଫା କମ୍ପାନୀକୁ ୨୩ଶହ କୋଟି ଟଙ୍କାର ଋଣଛାଡ ଘଟଣାର କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ମଧ୍ୟ ଅଜିତ ଯୋଗୀ ପ୍ରଶ୍ନ କରିଛନ୍ତି । ବୈଜୟନ୍ତଙ୍କର ବିଜେପି ନେତାଙ୍କ ସହ ଭଲ ସଂପର୍କ ରହିଥିବା ସେ ଅଭିଯୋଗ ଆଣିଛନ୍ତି । ୧୯୯୮ରୁ ୨୦୦୩ ମଧ୍ୟରେ ଏନଡିଏ ସରକାର ଅମଳରେ ଇମ୍ଫାର ୨୩ଶହ କୋଟି ଟଙ୍କା ଋଣ ଛାଡ କରାଯାଇଥିଲା । ଏହି ମାମଲାରେ ପି. ଚିଦାମ୍ପରମ କମ୍ପାନୀ ପାଇଁ ଓକିଲାତି କରିଥିଲେ ।

ଇମ୍ଫାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରଙ୍କ ପତ୍ନୀ ନଳିନୀ ଚିଦାମ୍ବରମ ସେୟାର ହୋଲ୍ଡର ଥିବା ସେ ଅଭିଯୋଗ କରିବା ସହ ଏହାକୁ ଚିଦାମ୍ବରମ ତାଙ୍କ ସତ୍ୟପାଠରେ ଦର୍ଶାଇନଥିବା କହିଛନ୍ତି ଅଜିତ ଯୋଗୀ । ଅଜିତ ଯୋଗୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ । ସେ କହିଛନ୍ତି, ଅଜିତ ଯୋଗୀଙ୍କ ସବୁ ଅଭିଯୋଗ ସମ୍ପୂଣ୍ଣ ମିଥ୍ୟା ଏବଂ ମନଗଢା । ଇମ୍ପା ବାବଦରେ ୫ ବର୍ଷ ତଳୁ ହାଇକୋର୍ଟ ତାଙ୍କ ରାୟ ଦେଇସାରିଛନ୍ତି, ତେଣୁ ତାହା ଉପରେ ବର୍ତ୍ତମାନ ଆଲୋଚନା କରିବା ଉଚିତ ହେବନାହିଁ ।