୧୧ଶହ କୋଟି ଟଙ୍କା ଋଣ ଦୁର୍ନୀତି ମାମଲା ! ନିଜ ପକ୍ଷ ରଖିଲେ ଜଗଦଗୁରୁ ଅରୂପାନନ୍ଦ

20

କନକ ବ୍ୟୁରୋ : ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମର ୧୧ଶହ କୋଟି ଟଙ୍କା ଋଣ ଦୁର୍ନୀତିରେ ଜଗଦଗୁରୁ ଅରୂପାନନ୍ଦ ନିଜ ପକ୍ଷ ରଖିଛନ୍ତି । ବିଲ୍ଡିଂ ସେଂଟର୍ କରିବା ନାଁରେ ଅରୂପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ୨୦୦୦ ମସିହାରେ ନିଗମରୁ ୨୫ ଲକ୍ଷ ଟଙ୍କା ଋଣ ନେଇଥିଲା । ଯାହାର ସେତେବେଳେ ଅଧ୍ୟକ୍ଷ ଥିଲେ ସ୍ୱାମୀ ଅରୂପାନନ୍ଦ ।

୨୦୦୭ ମସିହା ସୁଦ୍ଧା ଋଣ ପରିଶୋଧ କରିବାର ଅବଧି ଥିଲେ ମଧ୍ୟ ଅରୂପା ମିଶନ ଋଣ ସୁଝି ନଥିଲା । ଫଳରେ ସୁଧ ସହ ଏହି ଋଣର ପରିମାଣ ଏବେ ୧ କୋଟି ୭୦ ଲକ୍ଷ ଟଙ୍କାରେ ପହଂଚିଛି । ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଅରୂପା ମିଶନ ଋଣ ପରିଶୋଧ ପାଇଁ ବିଭିନ୍ନ ସମୟରେ ନିଗମ ସହ ଯୋଗାଯୋଗ କରିଥିଲେ ମଧ୍ୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହା ସମ୍ଭବ ହୋଇପାରୁନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ସ୍ୱାମୀ ଅରୂପାନନ୍ଦ ।