ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୃତି ପରେ ସହିଦ ଯବାନ ପ୍ରେମସାଗରଙ୍କ ଆଜି ଅନ୍ତିମସଂସ୍କାର !

30

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ପୁଂଚରେ ସହିଦ ହୋଇଥିବା ଯବାନ ପ୍ରେମସାଗରଙ୍କ ଆଜି ଅନ୍ତିମସଂସ୍କାର ହୋଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୃତି ପରେ ପ୍ରେମସାଗରଙ୍କ ଅନ୍ତିମସଂସ୍କାର କରାଯାଇଛି । ଗତକାଲି ୟୁପିର ଦେବରିଆରେ ସହିଦଙ୍କ ମୃତଦେହ ପହଞ୍ଚିଥିଲେବି ପରିବାର ଲୋକଙ୍କ ଜିଦ ଯୋଗୁଁ ଶେଷକୃତ୍ୟ ହୋଇପାରିନଥିଲା ।

ପରିବାର ଲୋକେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଆସିବାକୁ ଜିଦ ଧରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନରେ ସହିଦଙ୍କ ପରିବାରକୁ ୧୩ ଦିନ ମଧ୍ୟରେ ଘର ଦେବାକୁ ପ୍ରତିଶ୍ରୃତି ଦେବା ପରେ ପ୍ରେମସାଗରଙ୍କ ଶେଷକୃତ୍ୟ ହୋଇଛି । ସହିଦଙ୍କ ଶେଷ ଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଥିଲେ । ସୋମବାରଦିନ ପାକ ଆକ୍ରମଣରେ ଦୁଇଜଣ ସହିଦ ହୋଇଥିଲେ ।