କିଏ ହେବ ପାଟକୁରା ବିଧାୟକ ? ଅଷ୍ଟମ ରାଉଣ୍ଡରେ ବି ଶଙ୍ଖ ଦଳ ଆଗରେ, ୧୩୬୮୧ ଭୋଟରେ ସାବିିତ୍ରୀ ଅଗ୍ରୱାଲ ଆଗୁଆ

227

କନକ ବ୍ୟୁରୋ : ଅଷ୍ଟମ ରାଉଣ୍ଡରେ ବି ଶଙ୍ଖ ଦଳର ପତିଆରା । ପାଟକୁରାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିବା ବେଳେ ଗେରୁଆ ଦଳ କିନ୍ତୁ ସବୁଜ ଦଳକୁ କାଟିପାରୁ ନାହିଁ । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ. ସପ୍ତମ ଓ ଅଷ୍ଟମ ରାଉଣ୍ଡରେ ଶଙ୍ଖ ଦଳ ଲଗାତାର ବାଜି ମାରିନେଇଛନ୍ତି । ଅଷ୍ଟମ ରାଉଣ୍ଡ ସୁଦ୍ଧା ମଧ୍ୟ ବିଜେଡ଼ି ଆଗୁଆ ରହିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ଅଷ୍ଟମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଛି ୫୯୪୭ ଖଣ୍ଡ ଭୋଟ୍ । ଅନ୍ୟପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୪୦୫୭ ଭୋଟ୍ । ଏହାସହ କଂଗ୍ରେସକୁ ମିଳିଛି ମାତ୍ର ୧୮୧ ଖଣ୍ଡ ଭୋଟ୍ । ଅଷ୍ଟମ ରାଉଣ୍ଡରେ ନୋଟାରେ ପଡ଼ିଛି ୭ ଖଣ୍ଡ ଭୋଟ୍ ।

ଅଷ୍ଟମ ରାଉଣ୍ଡରେ ବି ବିଜେଡ଼ିର ପତିଆରା ଦେଖିବାକୁ ମିଳିଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଭୋଟରେ ଆଗୁଆ । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୯୮୪ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୩୪୩୦୩ ଖଣ୍ଡ ଭୋଟ । ସେହିଭଳି କଂଗ୍ରେସ ୧୨୮୮ ଭୋଟ ପାଇଥିବା ବେଳେ ନୋଟାର ପଡିଛି ୨୬୧ ଭୋଟ ।

ପାଟକୁରାରେ କିଏ ହେବ ବିଧାୟକ ? ଖୁବ ଶୀଘ୍ର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ବହୁ ପ୍ରତୀକ୍ଷିତ ପାଟକୁରା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ସୁରକ୍ଷାରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ପାଟକୁରାରେ ୩୦୯ ଟି ବୁଥ୍ ଥିବାରୁ ଏଠାରେ ୧୮ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା ହୋଇଛି ।