ବିଧାନସଭାରେ ବାଚସ୍ପତିଙ୍କ କଡା ରୁଲିଂ: ଏଣିକି ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ ନଚେତ କରାଯିବ ସିଜ୍

217

କନକ ବ୍ୟୁରୋ: ବିଧାନସଭାରେ ବାଚସ୍ପତିଙ୍କ କଡା ରୁଲିଂ । ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କିମ୍ବା ବ୍ୟବହାର କରୁଥିବାର ନଜର ଆସିବେ ତେବେ ତାଙ୍କ ଫୋନକୁ ସିଜ୍ କରିଦିଆଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ବାରମ୍ବାର ରୋକ୍ ଲଗାଯାଉଛି । ହେଲେ କୌଣିସ ବି ବିଧାୟକ କିମ୍ବା ସଦସ୍ୟମାନେ ଏହି ନିୟକକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ଯ୍ୟ ବାଧା ଉପୁଜିଛି । ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର କଲେ ତଥା ମୋବାଇଲ ସୁଇଚ ଅଫ୍ ନକଲେ ସିଜ୍ କରିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାୟାରଣ ପାତ୍ର ।