ଉତ୍ତରପ୍ରଦେଶ ବରେଲିରେ ମର୍ମନ୍ତୁଦ ଦୁର୍ଘଟଣା ! ଜଳି ଗଲା ଯାତ୍ରୀବାହୀ ବସ୍, ୨୨ ଜୀବନ୍ତ ଦଗ୍ଧ

21

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବରେଲିରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ଜଳି ଯାଇଛି ଯାତ୍ରୀବାହୀ ବସ୍ । ତେବେ ବସରେ ଥିବା ପାଖାପାଖି ୨୨ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ମୁତାବକ, ବରେଲି ନିକଟ ୨୪ ନମ୍ବର ଜାତୀୟ ରାଜପଥରେ ଟ୍ରକ ସହ ଧକ୍କା ହେବା ପରେ ବସଟିରେ ନିଆଁ ଲାଗି ଯାଇଥିଲା । ତେବେ ବସଟି ଉତ୍ତରପ୍ରଦେଶ ଗୋଣ୍ଡାରୁ ଦିଲ୍ଲୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।