ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ : ବନ୍ଧୁକ ମୁନରେ ବଟି ଆଦାୟ ଅଭିଯୋଗ; ଯୁବକ ଅଟକ

109

କନକ ବ୍ୟୁରୋ : ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ବନ୍ଧୁକ ମୁନରେ କରୁଛନ୍ତି ବଟି ଆଦାୟ । ଦିନ ଦ୍ୱିପ୍ରହରରେ ହାତରେ ଖୁଲମଖୁଲା ଭାବେ ମାଉଜର ଧରି ଖୋର୍ଦ୍ଧାରେ ବୁଲୁଛନ୍ତି ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଦାଦାବଟି ଓ ଚାନ୍ଦା ଆଦୟ ପାଇଁ ଏହି ଗ୍ୟାଙ୍ଗ ସକ୍ରିୟ ଥିବା କୁହାଯାଉଛି ।

ଯୁବକମାନେ ବନ୍ଧୁକ ଧରି ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସହରରେ ଅନେକ ଯୁବକ ହାତରେ ମାଉଜର ଧରି ବୁଲୁଥିବାର ଖବର ପୋଲିସ ହାତରେ ହସ୍ତଗତ ହୋଇଛି । ପାର୍ବଣ ଋତୁରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ପୋଲିସ କଡ଼ା ନଜର ରଖିଛି । ପୋଲିସ ଏହି ଘଟଣା ଉପରେ ଅଧିତ ତଦନ୍ତ ଜାରି ରଖିଛି ।