ଟ୍ରକ ମାଲିକଙ୍କ ବିକ୍ଷୋଭ : ଭଡା ବୃଦ୍ଧି ଦାବିରେ ଦ୍ୱିତୀୟ ଦିନରେ ଆନ୍ଦୋଳନ

64

କନକ ବ୍ୟୁରୋ : ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଚକା ଜାମ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । କୋଇଲା ପରିବହନରେ ଭଡ଼ା ବୃଦ୍ଧି ଦାବି କରି ଟ୍ରକ ମାଲିକଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ହୋଇଥାଏ ।

ଏହାର ଭଡ଼ା ଟନ ପ୍ରତି ୧୪୦ ଟଙ୍କା ବୃଦ୍ଧି କରାଯିବା ପାଇଁ ଦାବି କରି କୋଇଲା ଟ୍ରକ ମାଲିକ ସଂଘ ବନ୍ଦ ପାଳନ କରୁଛନ୍ତି । ଟ୍ରକ ମାଲିକ ମାନେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷଙ୍କ ସହ ଦୁଇ ଦୁଇ ଥର ବୈଠକ କଲା ପରେ ମଧ୍ୟ କିଛି ନିଷ୍କର୍ଷ ବାହାରି ପାରିନାହିଁ । ତେଣୁ ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ଠପ ହୋଇଯାଇଛି । ପାଖାପାଖି ୮ ହଜାରରୁ ଉଦ୍ଧ୍ୱର୍ ଟ୍ରକ ଅଟକି ରହିଛି ।