କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଢୁଛି ଉତ୍ତେଜନା : ୨୪ ଘଣ୍ଟାରେ ୪ ଶିଶୁ ମୃତ୍ୟୁ କେମିତି ହେଲା ଆରମ୍ଭ ହେଲା ତଦନ୍ତ

68

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା । ୨୪ ଘଣ୍ଟାରେ ୪ ଜଣ ଶିଶୁର ମୃତ୍ୟୁ ନେଇ ଆରମ୍ଭ ହୋଇଛି ତନାଘନା । ଶିଶୁ ମୃତ୍ୟୁ ନେଇ ବିଭନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚିଛନ୍ତି ରାଜ୍ୟ ସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ । ଏହି ତଦନ୍ତକାରୀ ଦଳରେ ରହିଛନ୍ତି ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ଶତପଥି ଓ ଏନଏଚଏମ ମୁଖ୍ୟ ଶିଶୁ ପରାମର୍ଶଦାତା ଡାକ୍ତର ଆର.ଏନ୍ ପଣ୍ଡା ରହିଛନ୍ତି ।

ଏହି ଟିମ୍ ଏବେ ଶିଶୁ ମୃତ୍ୟୁ ନେଇ ଛାନଭିନ୍ ଆରମ୍ଭ କରିଛନ୍ତି । ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଶିଥିଲେ । ସେପଟେ ଡାକ୍ତରଙ୍କ ଅବହେଳାକୁ ସମ୍ପୁର୍ଣ୍ଣ ଖଣ୍ଡନ କରାଯାଇଛି । ଶିଶୁ ମୃତ୍ୟୁରେ ଡାକ୍ତରମାନଙ୍କ କୌଣସି ଅବହେଳା ନଥିବା ସିଡ଼ିଏମଓ ସ୍ପଷ୍ଟ କରିଛନ୍ତି । ହେଲେ ୨୪ ଘଂଟାରେ ୪ ଜଣ ଶିଶୁଙ୍କର କେମିତି ମୃତ୍ୟୁ ହୋଇଛି ? ଘଟଣା ନେଇ କିଏ ଦାୟୀ ରହିଛି ? ଶିଶୁ ମୃତ୍ୟୁରେ ଡାକ୍ତରଙ୍କ ଅବହେଳା ନା ଆଉ କିଛି କାରଣ ରହିଛି ? ଏ ସବୁ ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।