ବେକାରୀ ସମସ୍ୟା ନେଇ ତାତିଲା ଛାତ୍ର କଂଗ୍ରେସ : ଭୁବନେଶ୍ୱର ଏଡିଏମ ଅଫିସ ଘେରାଉ ବେଳେ କର୍ମୀ ଏବଂ ପୁଲିସ ଧସ୍ତାଧସ୍ତି

80

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବେକାରୀ ସମସ୍ୟା ନେଇ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ । ନିଯୁକ୍ତି ଦେବାରେ ସରକାରଙ୍କ ବିଫଳତା ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ । ଏହାସହ ଛାତ୍ରକଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଏକ ବାଇକ୍ ଶୋଭାଯାତ୍ରାରେ ବାହାରି କର୍ମୀମାନେ ଏଡିଏମ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଶୋଭାଯାତ୍ରାରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ଲୁଲୁ ମହାପାତ୍ର, ଏବଂ ସୁର ରାଉତରାୟ ସାମିଲ ହୋଇ ସରକାର ବିରୋଧୀ ନାରାବାଜି ଦେଇଛନ୍ତି ।