ପୁଲିସ୍ କବଜାରେ ପପୁ ପମ୍ ପମ୍

108

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କୁ ବାନ୍ଧିଲା ପୋଲିସ । ପୁରୀ ନୀଳାଚଳ ଆପାଟମେଂଟରୁ ପୋଲିସ ପପୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପପୁଙ୍କ ଗିରଫଦାରୀ ନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ନାବାଳିକାଙ୍କୁ ଯୋ÷÷ନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଂକୁ ଗିରଫ କରିଛି । ବର୍ତମାନ ତାଂକୁ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଚିଟଫଣ୍ଡ ଲିଙ୍କ ପରେ ପପୁଙ୍କ ବିରୋଧରେ ଆସିଥିଲା କାଷ୍ଟିଂ କାଉଚର ଅଭିଯୋଗ । ସାମ୍ନାକୁ ଆସି ଚାଂଚଲ୍ୟକର ବୟାନ ରଖିଥିଲେ ନାବାଳିକା । କହିଥିଲେ, ଫିଲ୍ମରେ ଅଭିନୟ ଦେବାର ଲୋଭ ଦେଖାଇ ଗାଡିରେ ତାଂକ ସହ ଅସଦାଚରଣ କରିଥିଲେ ପପୁ ପମପମ୍ । ନାବାଳିକାଙ୍କ ପକ୍ଷରୁ ପପୁଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ଫ୍ରେଣ୍ଡସ ଫାଉଣ୍ଡେସନ୍ ଟ୍ରଷ୍ଟ ।ଏହାପରେ ବଢିଥିଲା ପପୁଙ୍କ ପାଇଁ ଅଡୁଆ । ପପୁଙ୍କ ବିରୋଧରେ ଆଗକୁ ଆସିଥିଲା ସିଡବ୍ଲୁସି । ଏବଂ ସିଡବ୍ଲୁସିର ନିର୍ଦେଶରେ ମହିଳା ଥାନାରେ ରୁଜା ହୋଇଥିଲା ମାମଲା ।

ତେବେ ପପୁଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ଗୁଡିକ ଦେଖନ୍ତୁ ଏହି ଭିଡିଓରେ :