କେବଳ ତିନିଟି କ୍ଲିକରେ ପ୍ୟାନ କାର୍ଡକୁ ଆଧାର ସହ ଲିଙ୍କ୍ କରିପାରିବେ! ଆସନ୍ତୁ ଜାଣିବା କିପରି

45

ଆୟକର ବିଭାଗ ଏବେ ପ୍ୟାନ କାର୍ଡକୁ ଆଧାର ସହ ଯୋଡିବା ବହୁତ ସହଜ କରି ଦେଇଛନ୍ତି । ଏଥିପାଇଁ ଆୟକର ବିଭାଗ ଇ-ଫାଇଲିଙ୍ଗ ୱେବସାଇଟରେ ଏକ ନୂଆ ଲିଙ୍କ ଆରମ୍ଭ କରି ଦେଇଛି । ସୂଚନା ଅନୁସାରେ ସରକାର ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପ୍ୟାନ ସଂଖ୍ୟା ସହ ଆଧାର ସଂଖ୍ୟାକୁ ଅନିବାର୍ଯ୍ୟ କରିଛନ୍ତି । ଲୋକମାନେ ଏନେଇ କୌଣସି ଅସୁବିଧାରେ ନପଡିବା ପାଇଁ ଏକ ବହୁତ ସରଳ ଉପାୟ କରାଯାଇଛି । ଏହି ପ୍ରକିୟାର ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଆମେ ଆପଣଙ୍କୁ ବତାଇବୁ ।

ସର୍ବପ୍ରଥମେ ଆୟକର ବିଭାଗର ଇ-ଫାଇଲିଙ୍ଗ ୱେବସାଇଟ ଡବ୍ଲ୍ୟଡବ୍ଲ୍ୟୁଡବ୍ଲ୍ୟୁ. ଇନକମଟାକ୍ସଇଣ୍ଡିଆଇଫାଇଲିଙ୍ଗ.ଗଭ.ଇନକୁ ଯାଆନ୍ତୁ । ଏଠାରେ ବାମ ପାଖରେ ଦିଆଯାଇଥିବା ‘ଲିଙ୍କ ଆଧାର’ ଉପରେ କ୍ଲିକ କରନ୍ତୁ ।

୨.ଏବେ ଏକ ନୂଆ ଉଇଣ୍ଡୋ ଖୋଲିଯିବ । ଏଠାରେ ନିଜର ପ୍ୟାନ ନମ୍ବର,ଆଧାର ନମ୍ବର ଓ ଆଓାର କାର୍ଡରେ ଦିଆଯାଇଥିବା ନାମ ଦିଅନ୍ତୁ । ଏହାପରେ ତଳେ ଦିଆଯାଇଥିବା କ୍ୟାପଚା କୋଡ ଭରି ‘ଲିଙ୍କ ଆଧାର’ ବଟନ ଉପରେ କ୍ଲିକ କରନ୍ତୁ ।

୩.ଏହି ବଟନକୁ କ୍ଲିକ କରିବା ପରେ ହିଁ ଆପଣଙ୍କ ପ୍ୟାନ ନମ୍ବର ଆଧାର କାର୍ଡ ସହ ଯୋଡି ହୋଇଯିବ । ତା’ପରେ ଏକ ନୂଆ ଉଇଣ୍ଡୋରେ ‘ଆଧାର-ପ୍ୟାନ ଲିଙ୍କିଙ୍ଗ ଇଜ କମ୍ଲିଟେଡ ସକସେସଫୁଲିର ଏକ ମେସେଜ ଆସିବ । ଏହିପରି ବହୁତ ସରଳ ଉପାୟରେ ଆପଣ ପ୍ୟାନ କାର୍ଡ ସହ ଆଧାରକୁ ଯୋଡି ପାରିବେ ।