ବିଶ୍ୱ ମାନବତା ଦିବସ : ଶାନ୍ତି ଓ ଐକ୍ୟ ପ୍ରତିଷ୍ଠା ପାଇଁ ଏକ ଆହ୍ୱାନ

66

କନକ ବ୍ୟୁରୋ: ମାନବତା ଏପରି ଏକ ଶବ୍ଦ , ଯାହାର ପରିଭାଷା ବହୁତ ବଡ । ମଣିଷ ଯେତେ ଆଧୁନିକତା ଆଡକୁ ମାଡିଚାଲିଛି ସେତିକି ସେତିକି ମାନବିକତାଠାରୁ ଦୂରେଇ ଯାଉଛି । ଆଜିକାଲି ଲୋକେ ଅନ୍ୟକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ସମୟ ଆସିଲେ ନିଜ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ଦୂରେଇ ଯାଉଛନ୍ତି । ମାନବିକତା ଭୁଲି ପରିବାର ଭିତରେ କଳି ଉପୁଜୁଛି, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗୁଛି । ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି ଯାହା ପ୍ରମାଣ କରୁଛି ସମାଜରୁ ମାନବତା ଯେପରି ହଜିଗଲାଣି ।

 ଏସବୁ ସତ୍ତେ୍ୱ କେଉଁଠି ନା କେଉଁଛି ବଞ୍ଚିଛି ମାନବତା । କିଛି ହାତଗଣତି ଲୋକ ଏହାକୁ ବଞ୍ଚାଇରଖିଛନ୍ତି । ସେମାନଙ୍କୁ ଆଦର୍ଶ ଭାବେ ନେଇ ମାନବିକତାର ବାଟରେ ଚାଲିବାକୁ ଆହ୍ୱାନ ଦେବାକୁ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ପାଳିତ ହେଉଛି ‘ବିଶ୍ୱ ମାନବତା ଦିବସ’ ।