ଖବର ବାଜିଲା, ବିପନ୍ନଙ୍କ ପାଖରେ ପହଞ୍ଚିଲା ପ୍ରଶାସନ : ପିପିଲି ପୂବାଶାସନ ନଦୀ ବନ୍ଧରୁ ୨୦ ପରିବାର ହେଲେ ସ୍ଥାନାନ୍ତର

50

କନକ ବ୍ୟୁରୋ : ଖବର ବାଜିଲା, ଲୋକଙ୍କ ପାଖରେ ପହଞ୍ଚିଲେ ନେତା, ପ୍ରଶାସନ । ପୁରୀ ଜିଲ୍ଲା ପିପିଲି ପୂବାଶାସନ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ୨୦ରୁ ଅଧିକ ପରିବାରକୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ କିପରି ଛୁଆ ପିଲାଙ୍କୁ ଧରି ନଦୀ ବନ୍ଧରେ ଲୋକ ରହୁଥିବାର କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା  । ଏହା ପରେ ନଦୀବନ୍ଧରେ ପହଂଚିଥିଲେ ବିଡିଓ, ବିଧାୟକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ । ପୋଲିସ ଉପସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।