ଦିଲ୍ଲୀରେ ୱାର୍ଲଡ ଫୁଡ୍ ଫେଷ୍ଟିଭାଲ ! ଆଜି ତିଆରି ହେବ ୮ ଶହ କିଲୋଗ୍ରାମର ଖିଚୁଡି

30

କନକ ବ୍ୟୁରୋ : ନୂଆଦିଲ୍ଲୀର ୱାର୍ଲ୍ଡ ଫୁଡ୍ ଫେଷ୍ଟିଭାଲରେ ଆଜି ଖିଚୁଡି ପ୍ରସ୍ତୁତ କରାଯିବ । ୮ ଶହ କିଲୋଗ୍ରାମର ଖିଚୁଡି କରି ବିଶ୍ୱ ରେକର୍ଡ କରିବାକୁ ଯୋଜନା ରଖାଯାଇଛି । ଏହା ପୂର୍ବରୁ ଖିଚୁଡିକୁ ଜାତୀୟ ଖାଦ୍ୟ ଭାବେ ଘୋଷିତ କରାଯିବାକୁ ଯୋଜନା କରାଯାଉଥିଲା । ନୂଆଦିଲ୍ଲୀରେ ଶୁକ୍ରବାର ଆରମ୍ଭ ହୋଇଛି ୱାର୍ଲ୍ଡ ଫୁଡ୍ ଫେଷ୍ଟିଭାଲ ।

ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଫୁଡ ଫେଷ୍ଟିଭାଲରେ ଖିଚୁଡିକୁ  ଦେଶର ସବୁଠୁ ଅଧିକ ପ୍ରିୟ ଖାଦ୍ୟ ଭାବେ ଉପସ୍ଥାପନ କରାଯିବ । ଏଥିରେ ଭାଗ ନେବାକୁ ନୂଆଦିଲ୍ଲୀରେ ପହଂଚିଛନ୍ତି ୭୦ଟି ଦେଶର ପ୍ରତିଯୋଗୀ । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଫେଷ୍ଟିଭାଲର ଉଦଯାପନୀ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହେବେ । ଫେଷ୍ଟିଭାଲରେ ଭାରତୀୟ ଖାଦ୍ୟ ସହ ବିଦେଶୀ ଖାଦ୍ୟର ମଜା ନେଇପାରିବେ ଦେଶବାସୀ ।