୧୧ଥର ବିବାହ କରିସାରିଲେଣି, ଏବେ ନୂଆ ବର ଖୋଜୁଛନ୍ତି ମହିଳା ।

2,712

କନକ ବ୍ୟୁରୋ: ୧୧ଥର ବିବାହ କରିସାରିଲେଣି । ଏବେ ପୁଣିଥରେ ବିବାହ କରିବାକୁ ବର ଅପେକ୍ଷାରେ ମହିଳା । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟା କିନ୍ତୁ ସତ । ପୁରୁଷଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିବା ମଧ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଏହି ମହିଳା ।

ଘଟଣା ଆମେରିକାର । ‘ଦ ମିରର ୟୁକେ’ର ରିପୋର୍ଟ ମୁତାବକ, ଏଠିକାର ବାସିନ୍ଦା ମୋନେଟ ନାମକ ମହିଳା ପୁରୁଷଙ୍କ ପଛରେ ବାୟା । ଯେତେବେଳେ ସେ ଛୋଟ ଥିଲେ ତାଙ୍କ ଭାଇଙ୍କ ବନ୍ଧୁଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖୁଥିଲେ । ହାଇସ୍କୁଲ ପଢା ସରିବା ପରେ ତୁରନ୍ତ କରିଥିଲେ ପ୍ରଥମ ବିବାହ । ଏହାପରେ ସେ ୧୧ ଥର ବିବାହ କରିସାରିଲେଣି । ୯ ଜଣଙ୍କୁ ୧୧ ଥର ବିବାହ କରିସାରିଲେଣି ମୋନେଟ୍ । ତାଙ୍କର କୌଣସି ବିବାହ ଅଧିକ ସମୟ ତିଷ୍ଠି ନାହିଁ । ତେବେ ୧୨ତମ ବିବାହ ପାଇଁ ବର ସନ୍ଧାନରେ ମୋନେଟ୍ ।

ବର୍ତ୍ତମାନ ମୋନେଟଙ୍କ ବୟସ ୫୨ ବର୍ଷ । ଏକ ଗଣମାଧ୍ୟମରେ ସାକ୍ଷାତକାରରେ ଆସି ମୋନେଟ୍ କହିଛନ୍ତି ଯେ, ପୁଣି ଥରେ ବିବାହ କରିବାକୁ ତାଙ୍କ ପାଖରେ ୨୮ ଜଣ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେ ଏହାଠାରୁ ବି ଅଧିକ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି । ତେବେ ତାଙ୍କର କୌଣସି ବିବାହ ତିଷ୍ଠୁନଥିବା ବା ବାରମ୍ବାର ତାଙ୍କ ବିବାହ ଭାଙ୍ଗିଯିବାକୁ ନେଇ ସେ ଆଦୌ ଦୁଃଖୀ ନାହାଁନ୍ତି । ସେ ଏବେ ୫୭ ବର୍ଷିୟ ବ୍ୟକ୍ତି ଜନଙ୍କୁ ଡେଟ୍ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୂର୍ବରୁ ମଧ୍ୟ ମୋନେଟ୍ ଜନଙ୍କୁ ଦୁଇ ଥର ବିବାହ କରିସାରିଛନ୍ତି । ଏବେ ଜନ୍ ପୁଣିଥରେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଦୁହିଁଙ୍କର ଭେଟ ଅନଲାଇନରେ ହୋଇଥିଲା । ତେବେ ତାଙ୍କର ୫ମ ଓ ୬ତମ ସ୍ୱାମୀ ବହୁତ ଭଲ ଥିଲେ ବୋଲି କହିଛନ୍ତି ମୋନେଟ୍ । ୟୁରୋପୀୟ ଦେଶରେ ଏକାଧିକ ଥର ବିବାହ ଏକ ସାଧାରଣ ଘଟଣା ହୋଇଥିଲେ ବି ମୋଟେଙ୍କ କଥା ଭାରି ରୋଚକ ବୋଲି ଚର୍ଚ୍ଚା ହେଉଛି ।