ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଯୁବତୀକୁ ଛୁରିଭୁଷି ହତ୍ୟାକଲା ଆଉ ଜଣେ ଯୁବତୀ

416

କନକ ବ୍ୟୁରୋ: ସକାଳୁ ସକାଳୁ ଭୁବନେଶ୍ୱରରେ ଚାଂଚଲ୍ୟ । ଯୁବତୀକୁ ଛୁରିଭୁଷି ହତ୍ୟାକଲା ଆଉ ଜଣେ ଯୁବତୀ । ଏଭଳି ଘଟଣା ଘଟିଛି ଶ୍ରୀଲିଙ୍ଗରାଜ ଥାନା ଅଂଚଳ ଗୌରୀ ନଗରରେ । ହତ୍ୟାକାରୀ ଯୁବତୀ ରାଗରେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ହତ୍ୟା କରିଥିବା ଯୁବତୀର ନାଁ ଅନୀତା ହୋଇଥିବାବେଳେ ହତ୍ୟାର ଶିକାର ହୋଇଥିବା ଯୁବତୀ ଅଳକା । ରାଗରେ ଅନୀତା ଧାରୁଆ ଛୁରୀରେ ଅଳକାର ତଂଟି କାଟିଦେଇଛନ୍ତି ।

ସୂଚନା ମୁତାବକ, ଶ୍ରୀଲିଙ୍ଗରାଜ ଥାନା ଅଂଚଳ ଗୌରୀ ନଗରରେ ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲିଙ୍ଗରାଜ ଥାନା ପୁଲିସ୍ ଅଭିଯୁକ୍ତ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛି। ତେବେ ପ୍ରାଥମିକ ତଦନ୍ତରୁ ଯାହା ପଡିଛି ଯୁବତୀ ଜଣକ ରାଗରେ ଏଭଳି କାଣ୍ଡ ଭିଆଇଛି । ତେବେ କେଉଁ କାରଣ ଯୋଗୁ ରାଗି ଗଲ, ତାହା ଜଣାପଡ଼ିନି। ଏ ଦୁଇ ଯୁବତୀ ଏକ ଭଡ଼ା ଘରେ ଦୀର୍ଘବର୍ଷ ହେଲା ଏକାଠି ରହୁଥିଲେ। ଆଜି ସକାଳେ ଘର ମାଲିକ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ।