ସମ୍ବାଦର କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ : ଉଲ୍ଲେଖନୀୟ ଅବଦାନ ଯୋଗୁଁ ପୁରସ୍କୃତ ହେଲେ ୧୭ଟି ସଂସ୍ଥା

ମୁଖ୍ୟମନ୍ତ୍ରୀ କହିଲେ, ନୂଆ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶା ପରିବେଶ ଅନୁକୂଳ

163

କନକ ବ୍ୟୁରୋ : “କମ୍ପାନୀ ହେଉ ବା ଅନୁଷ୍ଠାନ ଲୋକଙ୍କ ବିଶ୍ୱାସ ଭାଜନ ହେବା ଜରୁରୀ ।”, ସମ୍ବାଦ ପକ୍ଷରୁ ବ୍ରାଣ୍ଡସ୍ ଅଫ ଓଡିଶା, ପ୍ରାଇଡ୍ ଅଫ ଇଣ୍ଡିଆ-ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଉଦ୍ୟୋଗୀମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାର ବ୍ରାଣ୍ଡ ଦେଶ ପାଇଁ ଗୌରବ ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହି ପୁରସ୍କାରର ଦ୍ୱିତୀୟ ସଂସ୍କରଣରେ ୫ଟି ବିଭାଗରେ ୧୭ ଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି । ପ୍ରଥମ ଥର ପାଇଁ ସିଏସଆର ବା କର୍ପୋରେଟ ସୋସିଆଲ ରେସପନ୍ସିିବିଲିଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ସିଏସଆର ସହିତ ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଉଦୀୟମାନ ବର୍ଗରେ ଏହି ପୁରସ୍କାର ଦିଆଯାଇଛି । ସିଏସଆର ବର୍ଗରେ ଏମସିଏଲକୁ ପ୍ଲାଟିନମ, ନାଲକୋକୁ ଗୋଲ୍ଡ ଏବଂ ଇମ୍ଫାକୁ ମିଳିଛି ସିଲଭର ଆୱାର୍ଡ । ସେହିପରି ବୃହତ ଉଦ୍ୟୋଗ ବର୍ଗରେ କିସକୁ ପ୍ଲାଟିନମ, ରୁଚି ମସଲାକୁ ଗୋଲ୍ଡ ଏବଂ ବାଲେଶ୍ୱର ଆଲୋଏଜକୁ ଦିଆଯାଇଛି ସିଲଭର ପୁରସ୍କାର । ମଧ୍ୟମ ବର୍ଗରେ ଜ୍ୟୋତି ମୋଟର୍ସକୁ ପ୍ଳାଟିନମ, ଆରଏସିଏସଏଲକୁ ଗୋଲ୍ଡ, ୟୁଏଏଲ ଇଣ୍ଡଷ୍ଟ୍ରିଜକୁ ସିଲିଭର ଆୱାର୍ଡ ପ୍ରଦାନ କରାଯାଇଥିଲା । କ୍ଷୁଦ୍ର ବର୍ଗରେ ଓଭିଓ ଫାର୍ମକୁ ପ୍ଳାଟିନମ, ଡାଲମା କମଫର୍ଟକୁ ଗୋଲ୍ଡ, ଜ୍ୟୋତି ବ୍ୟାଟେରୀ ଏବଂ ଆଲଫା ଟ୍ରାନ୍ସଫରମରକୁ ମିଳିଛି ସିଲଭର ।

ରାଜ୍ୟରେ ସଫଳ ଉଦ୍ୟୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବାଦ ପକ୍ଷରୁ ଗତବର୍ଷ ଠାରୁ ବ୍ରାଣ୍ଡସ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କର୍ପେେରେଟ ଏକ୍ସଲେନ୍ସ ଆୱାର୍ଡସ ପ୍ରଦାନ କରାଯାଉଛି । ସଫଳ ଉଦ୍ୟୋଗୀଙ୍କୁ ଚୟନ କରିଥିଲେ ସ୍ୱତନ୍ତ୍ର ଜୁରୀ ।

ରାଜ୍ୟର ଶିଳ୍ପଦ୍ୟୋଗୀଙ୍କୁ ନୂତନ ପରିଚୟ ଦେବା ସହିତ ଆଗକୁ ବଢ଼ିବାରେ ସମ୍ବାଦର ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।