ତାଳଚେର : ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ନିଜକୁ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ଭଙ୍ଗାରୁଜା

32

କନକ ବ୍ୟୁରୋ : ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା । ବ୍ରଜ ପ୍ରଧାନଙ୍କ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ବିଧାୟକଙ୍କ ବାସଭବନରେ ଭଙ୍ଗାରୁଜା କରିଥିବା ଜଣାପଡିଛି । ବାସଭବନରେ ଥିବା ଫୁଲକୁଣ୍ଡ ଓ ଅନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି । ଏହା ସହ ବିଧାୟକଙ୍କ ବାସଭବନରେ ଥିବା ଲୋକଙ୍କୁ ଗାଳିଗୁଲଜ କରିଛନ୍ତି । ଏନେଇ ବ୍ରଜ ପ୍ରଧାନ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଛନ୍ତି । ମାମଲା ରୁଜୁ ପରେ ପୁଲିସ ମହିଳା ଜଣଙ୍କୁ ଅଟକ ରଖିଛି । ପୂର୍ବରୁ ମହିଳା ଜଣକ ବିଧାୟକଙ୍କ ତାଳଚେର ବାସଭବନରେ ପହଚିଂ ପାଟିତୁଣ୍ଡ କରିବା ସହ ତାଙ୍କ ସ୍ତ୍ରୀ ବୋଲି ଦାବି କରିଥିଲେ ।