ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପ୍ରାପ୍ୟ ପାଇବାକୁ ଆବଶ୍ୟକ ହେବନି ଉତ୍ତରାଧିକାରୀ ପ୍ରମାଣପତ୍ର ।

1,288

କନକ ବ୍ୟୁରୋ : ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ବିନା ଲିଗାଲ ହେୟାର ସାର୍ଟିଫିକେଟରେ ମିଳିବ ଫ୍ୟାମିଲି ପେନସନ୍ । ଯେଉଁ ଲିଗାଲ ହେୟାର ସାର୍ଟିଫିକେଟ ବା ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ସେଥିରେ ରୋକ୍ ଲଗାଇଛନ୍ତି ସରକାର ।

ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ପେନସନ୍ ପାଇଁ ଉତ୍ତରାଧିକାରୀଙ୍କ ପ୍ରମାଣ ପତ୍ର ଆବଶ୍ୟକ ହେବ ନାହିଁ । ବିନା ପ୍ରମାଣପତ୍ରରେ ସମସ୍ତ ପ୍ରାପ୍ୟ ଉତ୍ତରାଧିକାରୀଙ୍କୁ ମିଳିପାରିବ । ଫ୍ୟାମିଲି ପେନସନ୍, ଗ୍ରାଚ୍ୟୁଇଟି, ବକେୟା ଛୁଟି ଦରମା, ବିନା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଦିଆଯିବ । ସର୍ଭିସ ବୁକରେ ଥିବା ତଥ୍ୟ ଆଧାରରେ ଉତ୍ତରାଧିକାରୀଙ୍କୁ ଏହି ପ୍ରାପ୍ୟ ଦେବେ ସରକାର ।