ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଲା ସଂକ୍ରମଣ : ୨୪ ଙ୍ଘଟାରେ ୨୦୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୫ ମୃତ

157

କନକ ବ୍ୟୁରୋ : ରାଜ୍ୟରେ ପୁଣି ୨ ହଜାର ଉପରେ ସଂକ୍ରମଣ ଚିହ୍ନଟ । ଗତ ୨୪ ଘଂଟାରେ ୨ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଶହ ୯୨ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୮୮୨ ଜଣ ଅଛନ୍ତି । ଖୋର୍ଦ୍ଧାରୁ ୪୪୩, କଟକରୁ ୨୮୩, ପୁରୀ ୧୩୩, ଯାଜପୁର ୧୨୦, ବାଲେଶ୍ୱର ୧୧୫,ମୟୂରଭଂଜ ୧୧୫, ଭଦ୍ରକ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୮ ହଜାର ୪୧ ଜଣ । ଏବେବି ସକ୍ରିୟ ଅଛନ୍ତି ୨୨ ହଜାର ୮୬୦ ଜଣ । ୬୯,୨୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୨.୯୯% ରହିଛି । ସେହିପରି ୬୫ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଜୁଲାଇ ମାସର ୧୪ ଦିନରେ ୩୫ ହଜାର ୯୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭୭ ମୁଣ୍ଡ ନେଲାଣି ମହାମାରୀ ।