ତେଲ ଦର ବିଗାଡ଼ିଲା ପରିବାର ବଜେଟ : ଏସବିଆଇର ଉଦବେଗଜନକ ରିପୋର୍ଟ; ତେଲରେ ଅଧିକ ବ୍ୟୟ ହେଉଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଓ ଗ୍ରୋସରୀରେ ଖର୍ଚ୍ଚ କାଟ ପାଇଁ ହେଉଛନ୍ତି ବାଧ୍ୟ

147

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ପରେ ଲୋକାମାନେ ଅନ୍ୟାନ୍ୟ ଖର୍ଚ୍ଚ କମାଇବା ଆରମ୍ଭ କରିଛନ୍ତି । ସେମାନେ ଗ୍ରୋସରୀ, ସ୍ୱାସ୍ଥ୍ୟ ସେବା ଓ ୟୁଟିଲିଟି ସେବା ଆଦିରେ କମ୍ ବ୍ୟୟ କରୁଛନ୍ତି ବୋଲି ଏସବିଆଇର ଏକ ରିପୋର୍ଟରେ କୁହାଯାଇଛି । ତେଲରୁ ଟିକସ କମ୍ କରିବା ଉପରେ ସରକାର ବିଚାର କରିବା ଦରକାର ବୋଲି ଏସବିଆଇର ଅର୍ଥନୀତିଜ୍ଞମାନେ କହିଛନ୍ତିି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଧ୍ୟ ପେଟ୍ରୋଲ ଦରକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏହା ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସାରା ଦେଶରେ ଏବେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରହିଛି । ଡିଜେଲ ଦାମ୍ ମଧ୍ୟ ୧୦୦ ଟଙ୍କା ପାଖାପାଖି ରହିଛି । ଏହି ୨ ପ୍ରକାର ତେଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୬୦ ଟଙ୍କାର ଟିକସ ଅସୁଲ କରୁଛନ୍ତି ।