ପଂଚାୟତ ନିର୍ବାଚନରେ ସୋମରସ ବନାମ ଗୋରସ : ଭୋଟ୍ ପାଇଁ ଭଦ୍ରକ ଜିଲ୍ଲା ବନ୍ଧୁଗାଁରେ ପ୍ରାର୍ଥୀ ବାଂଟୁଛନ୍ତି କ୍ଷୀର

21

କନକ ବ୍ୟୁରୋ : ମଦ ବନାମ କ୍ଷୀର । ପଂଚାୟତ ନିର୍ବାଚନ ପାଇଁ ଚାଲିଛି ସରଗରମ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତା ଚଲାଇଛନ୍ତି ଜୋରଦାର ପ୍ରୟାସ । ଆଉ ପ୍ରଚାରର ମାଧ୍ୟମ ସାଜିଛି ମଦ । ବଡ ବଡ ନେତା ବି ଏହାକୁ ସମର୍ଥନ କରୁଛନ୍ତି । ହେଲେ ଏହାମଧ୍ୟରେ ସାମ୍ନାକୁ ଆସିଛି ପ୍ରଚାରର ନୂଆ ଫଣ୍ଡା ।

ଗାଁରେ ଆଶାୟୀ ପ୍ରାର୍ଥୀ ବାଂଟୁଛନ୍ତି କ୍ଷୀର ପ୍ୟାକେଟ୍ । ଘରକୁ ଘର ବୁଲି ଲୋକଙ୍କୁ ଭୋଟ୍ ମାଗିବା ସହ କ୍ଷୀର ଦେଉଛନ୍ତି । ମଦମୁକ୍ତ ସମାଜ ଗଢିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ।

ଦେଖନ୍ତୁ ଏହି ଭିଡିଓ –