ଧୋନିଙ୍କ ହେଲମେଟରେ ତ୍ରିରଙ୍ଗା ! ଆଗରୁ ଥିଲା, ଏବେ କାହିିଁକି ରହୁନାହିଁ । ମ୍ୟାଚ ଦେଖିବା ବେଳେ କେବେ ଭାବିଛନ୍ତି

68

ପ୍ରତ୍ୟେକ ଭାରତୀୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦେଶକୁ ଗର୍ବିତ କରିଥାନ୍ତି । ଏହାଛଡା ଖେଳିବା ସମୟରେ ମଧ୍ୟ ଦେଶ ପ୍ରତି ଥିବା ଭଲପାଇବାକୁ ବିଭିନ୍ନ ମାଧ୍ୟମରେ ଦର୍ଶାଇ ଥାଆନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟର ମଧ୍ୟ ଟ୍ରେଣ୍ଡରେ ପଛରେ ନାହାନ୍ତି । ଭାରତୀୟ କ୍ରିକେଟ ଟିମର ଅଧିକାଂଶ ଖେଳାଳି ଦେଶ ପ୍ରତି ଥିବା ଭଲପାଇବା ବିଭିନ୍ନ ମାଧ୍ୟମରେ ଦର୍ଶାଇଥାନ୍ତି । ଖାସକରି ହେଲମେଟରେ ତ୍ରିରଙ୍ଗା ଲଗାଇ ଅଧିକାଂଶ ଖେଳାଳି ଦେଶପ୍ରତିି ଥିବା ଭଲପାଇବାକୁ ପୂରା ବିଶ୍ୱବାସୀଙ୍କ ଆଗରେ ଜାହିର କରିଥାନ୍ତି ।

ସଚିନ ତେନ୍ଦୁଲକର ଆରମ୍ଭ କରିଥିବା ଏହି ଟ୍ରେଣ୍ଡକୁ ଧୀରେ ଧୀରେ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ଆପଣାଇ ନେଇଥିଲେ । ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର , ଯୁବରାଜ ସିଂ, ବିରାଟ କୋହଲି ସମେତ ମହେନ୍ଦ୍ର ସିଂ ଧୋନି ମଧ୍ୟ ତ୍ରିରଙ୍ଗା ଚିହ୍ନ ଥିବା ହେଲମେଟ ପିନ୍ଧି ଖେଳିଥାନ୍ତି । କିନ୍ତୁ ଏବେ ଧୋନିଙ୍କ ହେଲମେଟରେ ଆଉ ପୂର୍ବଭଳି ତ୍ରିରଙ୍ଗା ଚିହ୍ନ ଦେଖିବାକୁ ମିଳୁନାହିଁ । କିନ୍ତୁ ହଠାତ୍ ଧୋନି କଣ ପାଇଁ ତ୍ରିରଙ୍ଗା ଚିହ୍ନଥିବା ହେଲମେଟ ପିନ୍ଧିବା ବନ୍ଦ କରିଦେଲେ ତାହାର କାରଣ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ପ୍ରଶ୍ନର ଉତ୍ତର ଘୂରି ବୁଲୁଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୋରା’ ମୁତାବକ, ଉଇକେଟକିପିଂ କାରଣରୁ ଧୋନି ହେଲମେଟରେ ତ୍ରିରଙ୍ଗା ଲଗାଇବା ଛାଡ଼ି ଦେଇଛନ୍ତି ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ଉଇକେଟକିପିଂ ସମୟରେ ଧୋନିଙ୍କୁ ବାରମ୍ବାର ହେଲମେଟ ଖୋଲି ପଡିଆରେ ରଖିବାକୁ ପଡ଼ିଥାଏ। ଏମିତିରେ ହେଲମେଟରେ ଯଦି ତ୍ରିରଙ୍ଗାରେ ରହିଥିବ ତେବେ ତାହାର ଅସମ୍ମାନ ହେବ ବୋଲି ଧୋନି ହେଲମେଟରେ ତ୍ରିରଙ୍ଗା ଲଗାଇବା ଛାଡ଼ି ଦେଇଛନ୍ତି।

ପୂର୍ବରୁ ଧୋନି ଯେତେବେଳେ ତ୍ରିରଙ୍ଗା ଚିହ୍ନ ଥିବା ହେଲମେଟ ପିନ୍ଧୁଥିଲେ ସେତେବେଳେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକାରୀ କହିଥିଲେ ଖେଳାଳି ମାନେ ଯେଉଁ ପଡିଆରେ ଖେଳିଥାନ୍ତି ଅଧିକାଂଶ ସମୟରେ ସେଠାରେ ଛେପ ପକାଉଥିବାର ଦେଖାଯାଇଛି । କିନ୍ତୁ ଧୋନି ୱିକେଟକିପିଂ କରିବା ସମୟରେ ମଝିରେ ମଝିରେ ସେହି ପଡିଆରେ ତ୍ରିରଙ୍ଗା ଚିହ୍ନ ଥିବା ହେଲମେଟ ରଖି ଦିଅନ୍ତି । ଅଥାର୍ତ ଯେଉଁଠାରେ ସେମାନେ ଛେପ ପକାଇଥାନ୍ତି ସେଠାରେ ହେଲମେଟ ରଖିବା କେତେଦୂର ଯଥାର୍ଥ । ଏହାଦ୍ୱାରା କଣ ତ୍ରିରଙ୍ଗାର ଅପମାନ ହେଉ ନାହିଁ କି ? ଏହାପରେ କ୍ୟାପଟେନ କୁଲ ତ୍ରିରଙ୍ଗା ଚିହ୍ନ ଥିବା ହେଲମେଟ ପିନ୍ଧିବା ବନ୍ଦ କରି ଦେଇଥିଲେ । ଏପରିକି ୨୦୧୧ ମସିହାରେ ଧୋନିଙ୍କୁ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ମିଳିବା ପରେ ରାଷ୍ଟ୍ରୀୟ ଧ୍ୱଜକୁ ନେଇ ଅଧିକ ସଚେତନ ହୋଇଥିଲେ । ସେବେଠାରୁ ତ୍ରିରଙ୍ଗା ଚିହ୍ନ ଥିବା ହେଲମେଟ ଧୋନିଙ୍କ ମୁଣ୍ଡରେ ଦେଖିବାକୁ ମିଳୁନାହିଁ ।