ଏହି ଶିଶୁ ଶରୀରରେ ଲାଲ ନୁହେଁ ବରଂ ବହୁଛି ଧଳାରକ୍ତ । ନମୂନା ଦେଖି ଡାକ୍ତର ବି ହୋଇଗଲେ ଚକିତ

764

କନକ ବ୍ୟୁରୋ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମଣିଷର ରକ୍ତ ଲାଲ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ଜାଣିବା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ରକ୍ତର ରଙ୍ଗ ଲାଲ ପରିବର୍ତ୍ତେ ଅନ୍ୟ କିଛି ମଧ୍ୟ ହୋଇପାରେ ।

ଫଟୋରେ ଦେଖୁଥିବା ଶିଶୁଟି ହେଉଛି ମଧ୍ୟପ୍ରଦେଶର ଅନୟଙ୍କର । ତାଙ୍କ ପିତା ଇମରାନ କହିଛନ୍ତି କି ଅନୟାଙ୍କୁ ସାମାନ୍ୟ ଥଣ୍ଡାଜ୍ୱର ହୋଇଥିବାରୁ ସେ ତାଙ୍କୁ ମେଡିକାଲ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ହେଲେ ରକ୍ତ ପରୀକ୍ଷା କରିବାକୁ ପାଥୋଲାବରେ ଯେତେବେଳେ ଅନୟାର ରକ୍ତ ଟଣାଗଲା ସେତେବେଳେ ପାଥୋଲାବ ଟେକ୍ନିସିଆନ ଚକିତ ହୋଇଯାଇଥିଲେ । କାରଣ ଅନୟାଙ୍କ ଶରୀରରୁ ଲାଲ ରଙ୍ଗ ସ୍ଥାନରେ ଧଳା ରଙ୍ଗର ରକ୍ତ ବାହାରିଥିଲା । ଏହାପରେ ସ୍ଥାନୀୟ ଡାକ୍ତର ତାଙ୍କୁ ମହାରାଷ୍ଟ୍ରର ଧୂଲିଆ ହସ୍ପିଟାଲ ନେଇଯିବାକୁ ପରାମର୍ଶ ଦେଇଥିଲେ । ଗରିବ ଇମ୍ରାନ ପୁଣି ଅନୟାକୁ ଧରି ମହାରାଷ୍ଟ୍ରର ଧୂଲିଆ ହସ୍ପିଟାଲ ଚାଲିଲେ । ସେଠାରେ ବି ସମାନ ଘଟଣା ଦେଖିବାକୁ ମିଳିଲା । ସେଠାରେ ଡାକ୍ତରମାନେ ଅନୟାକୁ କେଇଏମ ହସ୍ପିଟାଲ ମୁମ୍ବାଇ ନେଇଯିବାକୁ ପରାମର୍ଶ ଦେଲେ । କେଇଏନ ହସ୍ପିଟାଲରେ ପ୍ରଥମେ ଅନୟାର ରକ୍ତ ନମୂନା କିଛି ପରୀକ୍ଷା କରାଗଲା । ହେଲେ ଡାକ୍ତରଙ୍କର ସନ୍ଦେହ ହେବାରୁ ଏହି ରକ୍ତ ନମୂନାକୁ ପୁଣି ବ୍ରିଟେନ ପଠାଗଲା । ହେଲେ ଠିକ୍ ସମୟରେ ରକ୍ତ ନମୂନା ବ୍ରିଟେନ ପହଂଚି ନପାରିବାରୁ ତାହାକୁ ରିଜେକ୍ଟ କରିଦିଆଯାଇଛି ।

ହେଲେ ମୁମ୍ବାଇର କେଇଏନ ହସ୍ପିଟାଲରେ ହୋଇଥିବା ରକ୍ତ ପରୀକ୍ଷା ଏବେ ସମସ୍ତଙ୍କୁ ଚିକିତ କରିଦେଇଛି । ଅନୟାଙ୍କ ରକ୍ତରେ କୋଲଷ୍ଟରଲର ମାତ୍ରା ଅଧିକ ରହିବା ସହ ହିମୋଗ୍ଲୋବିନ ମାତ୍ରା ବି ଅଧିକ ରହିଛି । ଏନେଇ ଡାକ୍ତରମାନେ କିଛି ବି ମତ ଦେଇ ନାହାଁନ୍ତି । କେବଳ କ୍ଷୀର, ଭାତ ଓ ଡାଲି ଖାଇବାକୁ ବାରଣ କରିଛନ୍ତି । ହେଲେ ଏବେ ଇମ୍ରାନଙ୍କ ପାଖରେ ଅର୍ଥ ନଥିବାରୁ ସେ ଝିଅକୁ ଧରି ଘରକୁ ଫେରିଛନ୍ତି ।