ଅରବିନ୍ଦ କେଜ୍ରିୱାଲ ଓ ମମତାଙ୍କ ପରି ଦିବାସ୍ୱପ୍ନ ଦେଖୁଛନ୍ତି ନୀତିଶ : ପୃଥ୍ୱୀରାଜ ହରିଚନ୍ଦନ

105

କନକ ବ୍ୟୁରୋ : ନୀତିଶ କୁମାରଙ୍କ ଏଭଳି ଘୋଷଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି । କହିଲେ, ଦିବାସ୍ୱପ୍ନ ଦେଖୁଛନ୍ତି ନୀତିଶ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଦିବା ସ୍ୱପ୍ନ ଦେଖୁଛନ୍ତି । ଦିବା ସ୍ୱପ୍ନ ଦେଖିବା ସମୟରେ ଯାହା ତାଙ୍କ ମନକୁ ଆସୁଛି ସେ କହୁଛନ୍ତି, ତାଙ୍କ କଥା ରାଜନୀତିରେ କୌଣସି ଗୁରୁତ୍ୱ ବହନ କରୁଛି ତାହା ଲାଗୁନି ।  ନୀତିଶ କୁମାରଙ୍କର କୌଣସି ଗୋଟିଏ ଶବ୍ଦକୁ ଆଜିର ତାରିଖରେ ଭାରତର ରାଜନୀତିରେ ଥିବା କୌଣସି ଦଳ ଗୁରୁତ୍ୱର ସହ ନେଉ ନାହାନ୍ତି ବୋଲି କହଛନ୍ତି  ବିଜେପି ସାଧାରଣ ସମ୍ପାଦକ ।

ସେପଟେ, ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା କରିଛନ୍ତି । କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ଏହି ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର । ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ ତେବେ ଦେଶର ସମସ୍ତ ପଛୁଆ ରାଜ୍ୟକୁ ଏହି ସୁବିଧା ମିଳିବ । ୨୦୦୭ରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି କରିଆସୁଛନ୍ତି ନୀତିଶ । ଦେଶରେ ଏବେ ୧୧ ଟି ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ରହିଛି । ଅନ୍ୟପଟେ ନିକଟରେ ବିହାରରେ ବିଜେପି ହାତ ଛାଡି ଆରଜେଡି ହାତ ଧରି ସରକାର ଗଢିଥିଲେ ନୀତିଶ । ଆଗକୁ ପ୍ରଧାନମନ୍ତ୍ରୀ ହେବାକୁ ମନ ବଳାଇଛନ୍ତି ନୀତିଶ ।