ମୌସୁମୀ ଆସିବାରେ ବିଳମ୍ବ, ସିଝୁଛି ସାରା ଓଡ଼ିଶା । ୯ ସହରର ପାରଦ ଟପିଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।

151

କନକ ବ୍ୟୁରୋ: ଗତାକାଲିଠାରୁ କେରଳକୁ ମୌସୁମୀ ଛୁଇଁବା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସତ୍ୱେ ମଧ୍ୟ ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୯ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁରରେ ପାରଦ ୪୩. ୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୭ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ । ଚଳିତ ବର୍ଷ ବିଳମ୍ବରେ ରହିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ଅନ୍ୟପଟେ ହୀରାକୁଦ ୪୩.୧ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୪୨.୬, ଝାରସୁଗୁଡ଼ାରେ ୪୨.୨, ବଲାଙ୍ଗୀରରେ, ୪୨.୦, ମାଲକାନଗିରିରେ ୪୧.୦, ସୋନପୁରରେ ୪୦.୮, ଭବାନୀପାଟଣାରେ ୪୦.୫, ଏବଂ ଅନୁଗୁଳରେ ୪୦.୪ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।