ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି । ଚୂଡାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ ।

208

କନକ ବ୍ୟୁରୋ : ଚୂଡାନ୍ତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ନୀତି ନିର୍ଘଣ୍ଟ । ରବିବାର ସନ୍ଧ୍ୟାରେ ହୋଇଥିବା ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଛି ।

୧୧ ତାରିଖ ବୈଠକରେ ଅନୁମୋଦିତ ହେବ ନୀତିନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଥିବା ନୀତି ଅନୁଯାୟୀ, ନୀଳାଦ୍ରି ବିଜେ ଦିନ ନୀତି ଶୀଘ୍ର ସମାପନ ହେବ । ସେହିଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସମସ୍ତ ନୀତି ଶୀଘ୍ର ଶେଷ କରାଯିବ । ଆଉ ଅପରାହ୍ନ ୪ଟାରୁ ଆରମ୍ଭ ହେବ ପହଣ୍ଡି । ରାତି ୧୧ଟା ସୁଦ୍ଧା ପହଣ୍ଡି ଶେଷ ହେବାର ନୀତି ଧାର୍ଯ୍ୟ କରାଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।