ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ଇସଲାମୀୟ ଶିକ୍ଷାନୁଷ୍ଠାନକୁ ବି ବନ୍ଦ କରିବେ ଶ୍ରୀଲଙ୍କା ସରକାର ।

201

କନକ ବ୍ୟୁରୋ: ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ମସୁଲିମ ମହିଳା ମାନେ ପରିଧାନ କରୁଥିବା ବୁର୍ଖାକୁ ଦେଶର ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ସରକାର ନିଷିଦ୍ଧ କରିବେ ବୋଲି କହିଛନ୍ତି । ସେହିପରି ଦେଶରେ ଥିବା ହଜାରେରୁ ଅଧିକ ଇସଲାମୀୟ ଶିକ୍ଷାନୁଷ୍ଠାନ ବା ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀଲଙ୍କାର ସର୍ବସାଧାରଣ ସୁରକ୍ଷା ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି ।

ଏପରିକି ପୂର୍ବରୁ ଦେଶରେ କୌଣସି ମୁସଲିମ ମହିଳା କି ଯୁବତୀ ଏପରି ବୁର୍ଖା ପିନ୍ଧୁନଥିବା ବେଳେ ଏହି ପ୍ରଥା ଏବେ କଠୋର ଧାର୍ମିକ ପ୍ରଥା ଭାବେ ଉଭା ହୋଇଛି । ତେବେ ଜାତୀୟ ସୁରକ୍ଷା କାରଣରୁ ତାହାକୁ ତୁରନ୍ତ ନିଷିଦ୍ଧ କରିବାକୁ କ୍ୟାବିନେଟ ମଂଜୁରୀ କରିଛି ବୋଲି ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି । ସେହିପରି ଦେଶରେ ଯିଏ ଯେଉଁଠି ଯାହା ଚାହିଁଲା ନିଜ ପିଲାଙ୍କୁ ପଢାଇ ପାରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ତେଣୁ ଜାତୀୟ ଶିକ୍ଷା ନୀତି ଆଧାରରେ ମଦ୍ରାସା ଗୁଡିକୁ ମଧ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି ।