ହୀରାକୁଦ ଗେଟ୍ ଏବେ ଖୋଲିବନି : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

124

କନକ ବ୍ୟୁରୋ : ବର୍ଷା ପରବର୍ତ୍ତୀ ସ୍ଥିତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦ରୁ ୨୧ ଯାଏଁ ବର୍ଷା ହେବା ସମ୍ଭାବନା ଅଛି । ମହାନଦୀରେ ୭ଟି ଘାଇ ହୋଇଛି । ୨୦୦ରୁ ଅଧିକ ଘଳିଆ ବନ୍ଦ କରାଯାଇଛି । ଆଗକୁ ଧୀରେ ଧୀରେ ଜଳସ୍ତର କମିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆଉ ହୀରାକୁଦ ଗେଟ୍ ଖୋଲାଯିବ ନାହିଁ । ସ୍ଥିତି ଦେଖି ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ସେପଟେ, ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଉତ୍ତର-ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ । ୩ଘଣ୍ଟା ହେବ ୨୦ କିମି ବେଗରେ ଗତି କରୁଛି । ବାଲେଶ୍ୱର ଠାରୁ ୨୫୦ କିମି, ଦୀଘାଠାରୁ ୧୯୦ କିମି ଦୂରରେ ଅବପାତ । ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତ ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡକୁ ଗତ କରି ଦୁର୍ବଳ ହେବ ।