ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଭବିଷ୍ୟତ ପାଇଁ ସାଇତି ରଖେ ସ୍ମୃତି

55

କନକ ବ୍ୟୁରୋ: ଫଟୋ କଥା କୁହେ । ଭବିଷ୍ୟତ ପାଇଁ ବର୍ତ୍ତମାନର ସ୍ମୃତିକୁ ସାଇତି ରଖେ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରନ୍ତି ଜଣେ ଫଟୋଗ୍ରାଫର ଏବଂ ତାଙ୍କର ଅସ୍ତ୍ର କ୍ୟାମେରା ।

ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖିଥାଏ ଫଟୋଗ୍ରାଫି । ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ଭାବରେ ପାଳନ କରାଯାଉଛି । ଯୁଦ୍ଧର ଭୟାବହତା ହେଉ କି ଦାଦନର ଦୁଃଖ ବା ସଂସ୍କୃତି ପରମ୍ପରାର ଚିତ୍ର ଅବା ପ୍ରକୃତିର ଅପରୂପ ଛବି ସବୁକୁ ନିଜ କ୍ୟାମେରାରେ ସାଇତି ରଖେ ଫଟୋଗ୍ରାଫର । ଏଭଳି ପ୍ରତ୍ୟେକ ଫଟୋଗ୍ରାଫରଙ୍କୁ ସମର୍ପିତ ଆଜିର ଦିନ ।

୧୮୩୯ ଜାନୁଆରୀ ୯ ତାରିଖରେ ବିଶ୍ୱରେ ପ୍ରଥମ କରି ଫଟୋଗ୍ରାଫି ଆରମ୍ଭ ହୋଇଥିଲା । ଯୋଶେଫ୍ ନାଇସଫୋର୍ ଓ ଲୁଇସ୍ ଡାଗେର୍ ନାମରେ ଦୁଇଜଣ ବୈଜ୍ଞାନିକ ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ ଆରମ୍ଭ କରିଥିଲେ । ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ହେଉଛି ଫଟେଗ୍ରାଫିର ପ୍ରଥମ ପ୍ରକ୍ରିୟା । ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୮୩୯ ଅଗଷ୍ଟ ୧୯ ତାରିଖରେ ଆରମ୍ଭ କରିଥିଲେ । ଏହାକୁ ମନେ ପକାଇବାକୁ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ଭାବେ ପାଳନ କରାଯାଉଛି ।