‘ମାଉଣ୍ଟବେଟେନଙ୍କୁ ଖୁସି କରିବାକୁ PoKକୁ ଦେଇଦେଲେ ନେହେରୁ ସରକାର’, କେନ୍ଦ୍ରମନ୍ତ୍ରୀ ବିକେ ସିଂଙ୍କ ଅଭିଯୋଗ

123

କନକ ବ୍ୟୁରୋ: ପିଓକେ ପାଇଁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦୋଷ ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ଅବସରପ୍ରାପ୍ତ ଜେନେରାଲ ବିକେ ସିଂହ ।  ଭାରତ ପାକିସ୍ତାନ ବିଭାଜନ ସମୟରେ ଭାରତରେ ଭାଇସରୟ ଥିବା ଲୁଇସ୍ ମାଉଣ୍ଟବ୍ୟାଟେନଙ୍କୁ ଖୁସି କରିବାକୁ ପିଓକେକୁ ଆଉ ଫେରାଇ ଆଣିବାକୁ କୌଣସି ଚେଷ୍ଟା କଲେନାହିଁ  । ବରଂ ଏହାକୁ ପାକିସ୍ତାନ ହାତରେ ଟେକିଦେଲେ ନେହେରୁ । ଏପରି ଅଭିଯୋଗ ଆଣିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବିକେ ସିଂହ ।

 ମେଜର ବିକେ ସିଂହ କହିଛନ୍ତି ଯେ, ପାକିସ୍ତାନ ଯଦି ଭାରତର କିଛି ଅଂଶକୁ ଅଧିକାର କରିଥାଏ ତେବେ ସେଥିପାଇଁ ନେହେରୁ ହିଁ ଦାୟୀ । କେବଳ ଲୁଇସ୍ ମାଉଣ୍ଟବେଟେନଙ୍କୁ ଖୁସି କରିବାକୁ ପାକ୍ ଅଧିକୃତ କାଶ୍ମୀରକୁ ସୁରକ୍ଷିତ କରିବାକୁ ଚାହିଁଲେନି । ୧୯୪୮ରେ ସରକାର ପିଓକେକୁ ସୁରକ୍ଷିତ ଫେରାଇଆଣିପାରିଥାନ୍ତେ  । କିନ୍ତୁ ନିଜର ସଙ୍କୀର୍ଣ୍ଣ ସ୍ୱାର୍ଥ ତଥା ମାଣ୍ଟବେଟେନଙ୍କ ପାଇଁ ଏହାକୁ ପାକିସ୍ତାନ ହାତରେ ଟେକିଦେଲେ ବୋଲି ୨୬/୧୧ ଆକ୍ରମଣ ସ୍ମୃତିରେ ଆୟୋଜିତ ଏକ ଜନସଭାରେ ଏଭଳି ବୟାନ ଦେଇଛନ୍ତି ବିକେ ସିଂହ ।