କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୨ : ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; କହିଲେ ନିରନ୍ତର ବିକାଶ ହିଁ ଆମ ସରକାରର ମୂଳମନ୍ତ୍ର

91

କନକ ବ୍ୟୁରୋ : କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । କହିଲେ, ନିରନ୍ତର ବିକାଶ ହିଁ ଆମ ସରକାରର ମୂଳମନ୍ତ୍ର, ରୂପାନ୍ତରଣର ଯାତ୍ରାରେ ସମସ୍ତଙ୍କୁ ସାମିଲ କରି ଆଗକୁ ବଢିବା ସରକାରର ଲକ୍ଷ୍ୟ । ଗତ କିଛି ବର୍ଷ ହେବ ପ୍ରତିଟି କ୍ଷେତ୍ରର ରୂପାନ୍ତରଣ ସହ ଆଗକୁ ବଢୁଛି ଓଡ଼ିଶା ।

ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନୁକରଣୀୟ । ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ, ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ସ୍ମାର୍ଟ ସ୍କୁଲ ଜରିଆରେ ଓଡ଼ିଶା ଏବେ ଉଦାହରଣ ସାଜିଛି । ୧୦ ବର୍ଷ ପୂର୍ବେ ଓଡ଼ିଶାର ସ୍ଥିତି କିଛି ଭିନ୍ନ ଥିଲା । ବର୍ତ୍ତମାନ ସ୍ଥିତି ବଦଳିଯାଇଛି । ଆମ ସରକାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କେବେ ପଛଘୁଞ୍ଚା ଦିଏ ନାହିଁ । ଓଡ଼ିଶାର ରୂପାନ୍ତରଣରେ ପ୍ରତିଟି ଓଡ଼ିଆଙ୍କର ଭାଗିଦାରୀର ଆବଶ୍ୟକତା ରହିଛି ।