ଆଜି ମଧୁସୂଦନ ଦାସଙ୍କ ୧୬୮ତମ ଜନ୍ମଦିନ, ଗୋରା କବର ସମାଧୀ ପୀଠରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଶ୍ରଦ୍ଧାଂଜଳି

102

କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜି  ଉକ୍ତଳଗୌରବ ମଧୁବାବୁଙ୍କ ୧୬୮ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧୀ ପୀଠରେ ବହୁ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଏବଂ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ମଧୁବାବୁଙ୍କ ଜୀବନୀ ଉପରେ ଆଲୋଚନା କରାଯିବ ସହ ଆଜିର ଏହି ସ୍ୱାଭିମାନ ଦିବସରେ ପ୍ରତ୍ୟେକ ଓଡିଆ ମଧୁବାବୁଙ୍କ ଜୀବନଶୈଳୀରୁ କିଛି ଶିକ୍ଷାଲାଭ କରିବା ଉଚିତ ବୋଲି  ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ ।